ଦରମା ଓ ବ୍ୟକ୍ତିଗତ ଫାଇଲ ଖୋଲିବାକୁ ନବ ନିଯୁକ୍ତ ଅଙ୍ଗନବାଡ଼ି ସହାୟିକାଙ୍କ ଠାରୁ ଲାଞ୍ଚ ନେବା ପଡିଲା ମହଙ୍ଗା । ଦଶମନ୍ତପୁର ବ୍ଲକ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶକୁନ୍ତଳା ଦାସ ଓ ମଧ୍ୟସ୍ଥି ଆଡ଼ମୁଣ୍ଡା ଗ୍ରାମର ଅଙ୍ଗନବାଡ଼ି କର୍ମୀ ମିନତି ଖୋସଲା ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି । ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏକ ଅଙ୍ଗନୱାଡି କେନ୍ଦ୍ରରେ ଦେଢ଼ ମାସ ତଳେ କାର୍ଯ୍ୟରେ ଯୋଗ ଦେଇଥିବା ଅଙ୍ଗନୱାଡି ସହାୟକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଏହାକୁ ଟାର୍ଗେଟ କରି ଭିଜିଲାନ୍ସର ଏକ ଟିମ ପୂର୍ବ ପ୍ରସ୍ତୁତି କରି ଏକ ଜାଲ ବିଛାଇ ଆଜି ସିଡିପିଓ ଏବଂ ଏଥିରେ ସାମଲି ଜଣେ ଅଙ୍ଗନୱାଡି କର୍ମୀଙ୍କୁ ରେଡ ହ୍ୟାଣ୍ଡ ଧରିଥିଲେ।ଉଭୟଙ୍କ ବିରୁଦ୍ଧରେ ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରି ଥିବାବେଳେ ଶକୁନ୍ତଳା ଦାସଙ୍କ ତିନୋଟି ଓ ମିନତି ଖୋସଲାଙ୍କ ଗୋଟିଏ ସ୍ଥାନରେ ଚଢାଉ ଜାରି ରଖିଛି ।
