ଲାଞ୍ଚ ନେବା ନିର୍ବାହୀ ଯନ୍ତ୍ରୀଙ୍କୁ ମହଙ୍ଗା ପଡିଛି।ଲାଞ୍ଚ ନେବାବେଳେ ଭିଜିଲାନ୍ସ ନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ କରିଛି । ତେଲ ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଏକ ବିଲ ପାସ ପାଇଁ ସେ ୪୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏନେଇ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ତାଙ୍କୁ ଲାଞ୍ଚ ଟଙ୍କା ସହ ଧରିଥିଲା । ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜ୍ଜୁ କରି ଏକକାଳୀନ ୬ଟି ଜାଗାରେ ଚଢ଼ାଉ ଜାରି ରହିଛି। ତେବେ ମିଳିଥିବା ସୂଚନା ମୁତାବକ, ଠିକାଦାର ଦେବରଞ୍ଜନ ତ୍ରିପାଠୀଙ୍କ ଏକ ପୁରୁଣା ବିଲ୍ ଟଙ୍କା କରାଇଦେବାକୁ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ଟଙ୍କା ମାଗିଥିଲେ। ଏନେଇ ଠିକାଦାର ଦେବରଞ୍ଜନ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।