ଭିଜିଲାନ୍ସ ପଞ୍ଝାରେ ବୋରିଗୁମ୍ମା ତହସିଲ ଏଆର୍‌ଆଇ ।

ଭିଜିଲାନ୍ସ ପଞ୍ଝାରେ ବୋରିଗୁମ୍ମା ତହସିଲ ଏଆର୍‌ଆଇ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଏଆର୍‌ଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍‌ । ଏକାସାଙ୍ଗେ ୮ଟି ଠିକଣାରେ ଚାଲିଛି ଚଢାଉ । ବୋରିଗୁମ୍ମାରେ ଥିବା ଏକ ବିଲ୍ଡିଂ ସହ ସରକାରୀ ଅଫିସ ଚାମ୍ବରରେ ଚଢ଼ାଉ ହୋଇଛି । ବୋରିଗୁମ୍ମାରେ ଆବାସିକ ଦୁଇ ମହଲା ଘରେ ଚଢ଼ାଉ ଚାଲିଥିବା ବେଳେ ତାଙ୍କ ଝିଅଙ୍କ ଭଡା ଘର, ରଣସପୁରରେ ଥିବା ପୈତୃକ ଘର, ସମ୍ପର୍କୀୟଙ୍କ ଘର ଓ ଦୁଇ ମହଲା ମାର୍କେଟ କମ୍ପ୍ଲେକ୍ସରେ ଚଢ଼ାଉ ଜାରି ରହିଛି । ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ରେଡରେ ୩ଜଣ ଡିଏସପି, ୭ଜଣ ଇନସ୍ପେକ୍ଟର୍, ୫ଜଣ ଏଏସଆଇ ସାମିଲ୍ ହୋଇଛନ୍ତି। ବର୍ତ୍ତମାନ ଯାଏଁ ଏହି ଚଢାଉରେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ଅନୁମାନ କରାଯାଉଛି ।

ଅଧିକ ପଢନ୍ତୁ