ବୁର୍ଲା ଭିମସାରରେ ସଂଘର୍ଷ । ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ମାରପିଟ୍ ହୋଇଛି। ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ବୁର୍ଲା ଭୀମସାର ପରିସରରେ UG ଛାତ୍ର ସଂଘର ବାର୍ଷିକ ଉତ୍ସବ ଚାଲିଥଲା। ବିଳମ୍ବିତ ରାତିରେ PG ଛାତ୍ର ଓ ହାଉସ ସର୍ଜନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। କ୍ରମେ ଏହା ଉଗ୍ର ରୂପ ନେଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୩ ଜଣ ଡାକ୍ତରୀ ଛାତ୍ର ଆହତ ହୋଇଥିଲେ।ପୂର୍ବ ଶତ୍ରୁତାକୁ ନେଇ ପିଜି ଛାତ୍ରମାନେ ଆକ୍ରମଣ କରିଥିବା ନେଇ ଆକ୍ରମଣର ଶିକାର ହୋଇଥିବା ପୂର୍ବତନ ୟୁଜି ଛାତ୍ର ସଂଘ ସଭାପତି କହିଛନ୍ତି। ତେବେ ଏ ନେଇ ପିଜି ଛାତ୍ର ସଂଘ ଏବଂ ପୁଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।