ଭୁବନେଶ୍ବର ଷ୍ଟେସନରେ ଛେପ ପକାଇବା ଓ ଆବର୍ଜନା ପକାଇବା ପାଇଁ ୫୮୧ ଜଣଙ୍କୁ ଜରିମାନା

ରେଳ ଷ୍ଟେସନରେ ଛେପ ଓ ଆବର୍ଜନା ପକାଉଥିଲେ ହୋଇଯାଆନ୍ତୁ ସାବଧାନ ! ଫାଇନ କାଟିବ ରେଳବାଇ । ଭୁବନେଶ୍ବର ଷ୍ଟେସନରେ ଛେପ ପକାଇବା ଓ ଆବର୍ଜନା ପକାଇ ଜୋରିମାନା ଗଣିଛନ୍ତି 581 ଜଣ । ମାର୍ଚ୍ଚ ମାସରେ ଆଦାୟ ହୋଇଛି ୧ ଲକ୍ଷ ୧୭ ହଜାର ୧୦୦ ଟଙ୍କା ଜୋରିମାନା । ଏନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ଜନସମ୍ପର୍କ ଅଧିକାରୀ ।ଅଳିଆ ପକାଇବା ଏବଂ ଛେପ ପକାଇବାର ସମସ୍ୟାକୁ ଦୂର କରିବା ପାଇଁ ଚାଲିଥିବା ପ୍ରୟାସର ଅଂଶ ସ୍ୱରୂପ, ପରିଷ୍କାର ପରିଚ୍ଛନ୍ନତା ନିୟମାବଳୀ ଲାଗୁ କରିବା ଏବଂ ଯାତ୍ରୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ ଗଠନ କରାଯାଇଛି । ଏହି କାର୍ଯ୍ୟ ବାହିନୀ ଷ୍ଟେସନ ପରିଚାଳକ, ଟିକେଟ୍ ସଂଗ୍ରହକାରୀ, ରେଳ ସୁରକ୍ଷା ବାହିନୀ (RPF), ବାଣିଜ୍ୟିକ ଏବଂ ପରିଚାଳନା ବିଭାଗର ଅଧିକାରୀଙ୍କ ସହ ମିଶି କାର୍ଯ୍ୟ କରୁଛି ।

ଅଧିକ ପଢନ୍ତୁ

kc ads