ଭୁବନେଶ୍ୱର ସ୍ଥିତ ଏମ୍‌ସ ହସ୍ପିଟାଲରେ ସିବିଆଇ ପକ୍ଷରୁ ରେଡ୍‌

ଏମ୍‌ସରେ ସିବିଆଇ ରେଡ୍‌ । ଭୁବନେଶ୍ୱର ସ୍ଥିତ ଏମ୍‌ସ ହସ୍ପିଟାଲରେ ସିବିଆଇ ପକ୍ଷରୁ ରେଡ୍‌ ଚାଲିଛି । ରିକ୍ୟୁରମେଣ୍ଟ ସ୍କାମ୍‌ ନେଇ ରେଡ୍‌ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇ । ଏହି ରେଡ୍‌ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ସିବିଆଇ । ଏମ୍ସରେ ଜାଲ କାଗଜପତ୍ର ଦେଖାଇ ଲୋକଙ୍କୁ ଚାକିରି ଦିଆଯାଇଥିବା ଅଭିଯୋଗ ପରେ ଚଢଉ କରିଛି ସିବିଆଇ ଟିମ୍। ହେଲେ କିଏ ଦେଇଥିଲା ଏ ନିଯୁକ୍ତି , କେତେଜଣ ଜାଲ କାଗଜପତ୍ର ଦେଖି ନିଯୁକ୍ତି ପାଇଛନ୍ତି ସେ ନେଇ ଖୋଳତାଡ କରୁଛି ସିବିଆଇ ।

ଏହି ଚଢାଉରେ ନିଯୁକ୍ତ ସ୍କାମର ମାଷ୍ଟରମାଇଣ୍ଡ ସ୍ମୁତିରଞ୍ଜନ କରଙ୍କୁ ହେପାଜତକୁ ନେଇଛି ସିବିଆଇ । ବାକି ଏହି ସ୍କାମରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି ସିବିଆଇ ।ଏବେଯାଏଁ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ୨୦୨୩ ଓ ୨୪ ମସିହାରେ ୫ଜଣଙ୍କର ନିଯୁକ୍ତି ହୋଇଥିଲା। ଏମାନେ ସମସ୍ତେ ଭୁବନେଶ୍ବରର ବାସିନ୍ଦା। ପୂର୍ବରୁ ଏମ୍ସ ଥାର୍ଡ ପାର୍ଟି ଜରିଆରେ ନିଯୁକ୍ତି ଦେଇଥିଲା । କିନ୍ତୁ ପରେ ନିଜେ ଏମ୍ସ ନିଯୁକ୍ତି ବ୍ୟବସ୍ଥା କରିଥିଲା । ହେଲେ ପୂର୍ବରୁ ୫ଜଣ କଣ୍ଟ୍ରାକ୍ୟ ବେସିସରେ କାମ କରୁଥିବାବେଳେ ପରେ ଜାଲ ସାର୍ଟିଫିକେଟ ଦେଖାଇ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା।

ଅଧିକ ପଢନ୍ତୁ