ଭୂକମ୍ପରେ ବିପର୍ଯ୍ୟସ୍ତ ମିଆଁମାରକୁ ସହାୟତାର ହାତ ବଢାଇଲା ଭାରତ ।

ମ୍ୟାନମାର୍‌ରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ, ଭାରତ ତୁରନ୍ତ ମାନବୀୟ ସହାୟତା ଭାବରେ ୧୫ ଟନ୍‌ରୁ ଅଧିକ ରିଲିଫ ସାମଗ୍ରୀ ପଠାଇଛି। ଭାରତୀୟ ବାୟୁସେନା (IAF)ର C-୧୩ ଓ ଜେ ବିମାନ ହିଣ୍ଡନ ବାୟୁସେନା ଷ୍ଟେଶନରୁ ଉଡ଼ାଣ ଭରି ରିଲିଫ୍‌ ସାମଗ୍ରୀ ଧରି ମ୍ୟାନ୍‌ମାର୍‌ରେ ପହଞ୍ଚିଥିଲା। ପର୍ଯ୍ୟାପ୍ତ ପରିମାଣରେ ତମ୍ବୁ ସାଙ୍ଗକୁ କମ୍ବଳ, ଖାଦ୍ୟ, ଜଳ ବିଶୋଧକ, ସ୍ୱାସ୍ଥ୍ୟ କିଟ୍, ସୌର ଲ୍ୟାମ୍ପ, ଜେନେରେଟର ସେଟ୍ ଏବଂ ଅତ୍ୟାବଶ୍ୟକ ଔଷଧିୟ ସାମଗ୍ରୀ ପଠାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ବିଶାଳ ଭୂମିକମ୍ପରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଏଭଳି ଦୁଃଖଦ ମୁହୂର୍ତ୍ତରେ ଭାରତ ଉଭୟ ଦେଶସହ ଛିଡ଼ାହେବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ନ୍ୟାଶନାଲ ସେଣ୍ଟର ଫର୍‌ ସିସ୍‌ମୋଲୋଜି (NCS) ଅନୁଯାୟୀ, ଶୁକ୍ରବାର ମ୍ୟାନ୍‌ମାରରେ ୭.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା, ଯାହା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିରୁ ୧୦ କିଲୋମିଟର ତଳେ ଥିଲା, ଯାହା ପରବର୍ତ୍ତୀ ଝଟ୍‌କାର ସମ୍ଭାବନାକୁ ବୃଦ୍ଧି କରିଥିଲା। କିଛି ମିନିଟ୍‌ ପରେ, ଭାରତୀୟ ସମୟ ଅନୁସାରେ୬.୪ ତୀବ୍ରତାର ଆଉ ଏକ ଭୂକମ୍ପ ହୋଇଥିଲା, ଯାହା କ୍ଷୟକ୍ଷତିକୁ ଆହୁରି ବୃଦ୍ଧି କରିଥିଲା।

ଅଧିକ ପଢନ୍ତୁ

kc ads