ମଇ ୩୦ରେ ଭଞ୍ଜପୀଠରେ ଭଞ୍ଜଜୟନ୍ତୀ

ନୟାଗଡ଼,(ଓଡ଼ିଶା ଦର୍ପଣ):ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ବକାଳ ଧରି ଭଞ୍ଜଜୟନ୍ତୀ ଉତ୍ସବ ପାଳିତ ହୋଇଆସୁଥିବା କବିସମ୍ରାଟଙ୍କ ସାଧନା ପୀଠ ନୟାଗଡ଼ର ମାଳିସାହି ଠାରେ ଆସନ୍ତା ମଇ ୩୦ ତାରିଖ ସନ୍ଧ୍ୟାରେ ଚଳିତବର୍ଷର ସାମ୍ବତ୍ସରିକ ଉତ୍ସବ ପାଳନ କରାଯିବ ବୋଲି ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦର କାର୍ଯ୍ୟନିର୍ବାହୀ କମିଟି ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ଗ୍ରହଣ କରିଛି ! ଏହି ଉତ୍ସବରେ ପାରମ୍ପରିକ ଭାବେ ସମ୍ବର୍ଦ୍ଧନା କ୍ରମେ ଓଡ଼ିଆ ଭାଷା ସାହିତ୍ୟର କୃତବିଦ୍ୟ ସାଧକ ତଥା ଜନ୍ମମାଟି ମାଳିସାହିର ଗୌରବ ଡ.ପ୍ରେମାନନ୍ଦ ମହାପାତ୍ର, ପ୍ରଖ୍ୟାତ କଣ୍ଠଶିଳ୍ପୀ ନବକିଶୋର ମିଶ୍ର ଓ ବିଶିଷ୍ଟ ସମାଜସେବୀ ତଥା ସାରସ୍ବତ ସଂଗଠକ ପ୍ରମୋଦ ପଟ୍ଟନାୟକଙ୍କୁ ସ୍ଵତନ୍ତ୍ର ସମ୍ମାନରେ ସମ୍ମାନିତ କରିବାକୁ ସ୍ଥିର କରାଯାଇଛି ! ଏହି ଉତ୍ସବରେ ଯୋଗଦେବାପାଇଁ କମିଟିର ସଂପାଦକ ବିଶ୍ଵନାଥ ମହାପାତ୍ର ସାହିତ୍ୟପ୍ରେମୀ ମାନଙ୍କୁ ଅନୁରୋଧ ଜଣାଇଛନ୍ତି !

ଅଧିକ ପଢନ୍ତୁ

kc ads