ଶ୍ରୀମନ୍ଦିର ପରିଚାଳନା କମିଟି ନୁହେଁ ବରଂ ମହନ୍ତଙ୍କ ପାଖକୁ ଫେରିବ ମଠର ପରିଚାଳନାଗତ କ୍ଷମତା । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହ ବିଭିନ୍ନ ମଠ ମହନ୍ତମାନେ ଆଜି ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ମଠଗୁଡିକୁ ସେମାନଙ୍କୁ ସେମାନଙ୍କର ପରିଚାଳନା କ୍ଷମତା ପ୍ରଦାନ ନେଇ ନିଜେ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାକୁ ମଠାଧୀଶମାନେ ସ୍ବାଗତ କରିଛନ୍ତି ।ଆଇନ ମନ୍ତ୍ରୀ କହିଛନ୍ତି, ମଠ ସଂସ୍କୃତି ବଞ୍ଚେଇ ରଖିବା ଏବଂ ସମ୍ମାନ ଦେବା ଓଡ଼ିଆ ଜାତିର ପରମ୍ପରା ।
ତେଣୁ ମଠର ଅଧିକାର ଏବଂ ନୀତିନିୟମ ଯେମିତି ଥିଲା ସେମିତି ରହିବ । ୩୦ ବର୍ଷ ହେବ ମଠ ବିଜେ ସ୍ଥଳୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନାଁରେ ହୋଇଯାଇଛି । କିନ୍ତୁ ମଠ ପାଇଁ ଦେବୋତ୍ତର ଆଇନ୍ ଏବଂ ମନ୍ଦିର ପାଇଁ ଅଲଗା ଆଇନ୍ ଅଛି । । ତେଣୁ ଶୀଘ୍ର ମଠ ପରିଚାଳନା ମଠକୁ ଫେରାଇବାକୁ ଦାବି କରିଛନ୍ତି ମହନ୍ତ । ଏହା ଉପରେ ବହୁତ ଶୀଘ୍ର ସରକାର ନିଷ୍ପତ୍ତି ନେବେ ।’’