ମିଲରମାନେ ସିଧାସଳଖ କୃଷକଙ୍କ ନିକଟରୁ ଧାନ କିଣି ପାରିବେ ନାହିଁ। ଏଭଳି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଭିନ୍ନ ସ୍ଥାନରେ ମିଲରମାନେ ସିଧାସଳଖ ଚାଷୀଙ୍କଠୁ କମ ଦାମରେ ଧାନ କିଣି ମହଜୁଦ କରି ରଖିବା ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଜାହିର କରିବା ସହ ମିଲରମାନଙ୍କୁ ଚେତାବନୀ ଦେଇ ଏହା କହିଛନ୍ତି | ଯଦି ମିଲର ସିଧାସଳଖ ଧାନ କିଣିବେ ସେ ମିଲ୍କୁ ସିଲ୍ କରି ଦିଆଯିବ । କଡ଼ା ଆକ୍ସନ ନିଆଯିବ । ସେହି ମିଲ୍କୁ କଳା ତାଲିକା ଭୁକ୍ତ କରାଯିବ । ସେ ଆଉ ବେପାର କରିପାରିବ ନାହିଁ ।
ନୂଆପଡ଼ାରେ ସେମିତି ଘଟଣା ସାମ୍ନାକୁ ଆସିଥିଲା ମିଲ୍ ମାଲିକ ମଣ୍ଡିରୁ ଧାନ ନ କିଣି ୫୦୦ କ୍ବିଣ୍ଟାଲ ଧାନ ୧୭୦୦ ଟଙ୍କାରେ କିଣି ମହଜୁଦ ରଖିଥିଲା ତାକୁ ସିଲ୍ କରାଯାଇଛି । ଆଗକୁ ଏମିତି ଯିଏ ବି କାମ କରିବ ତା ଉପରେ କଡା ଆକ୍ସନ ନେବେ ରାଜ୍ୟ ସରକାର ।ଚାଷୀ ମାନେ ଧାନ ବିକିବା ପାଇଁ ତରତର ହେଇ ଯାଉଥିବାରୁ ତାର ସୁଯୋଗ ଦଲାଲମାନେ ନେଉଛନ୍ତି।ତେଣୁ ଚାଷୀମାନଙ୍କୁ ନିବେଦନ କରୁଛି ଟୋକନ ଯେଉଁ ସମୟରେ ଦିଆଯାଉଛି ସେହି ସମୟରେ ଧାନ ମଣ୍ଡିକୁ ଆଣନ୍ତୁ। ସରକାର ସେହି ଦିନ ହିଁ ତାଙ୍କ ଠୁ ଧାନ କିଣିନେବେ। ସେମାନଙ୍କ ଧାନ ମଣ୍ଡିରେ ପଡ଼ି ରହିବ ନାହିଁ , ଏଥିସହ ସେ କହିଛନ୍ତି ଏବେ ବି ଅଭାବୀ ବିକ୍ରି ହେଉଛି।