ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କଲି : ସୁନୀତା ୱିଲିୟମ୍ସ

ମହାକାଶରୁ ଫେରିବା ପରେ ସୁନୀତା ୱିଲିଅମ୍ସ ଓ ବୁଚ୍ ଓ୍ଲିଲ୍‌ମୋର୍‌ଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ । ମିଡିଆ ଆଗରେ ବଖାଣିଲେ ମହାକାଶରେ ଦୀର୍ଘ ଦିନ ରହିବାର ଅନୁଭୂତି । ମହାକାଶରେ ରହିବା ଦ୍ବାରା ଅନେକ ଶାରୀରିକ ସମସ୍ୟା ଦେଖାଦେଇଥିବା କଥା ସ୍ବିକାର କଲେ ସୁନୀତା । ସାମ୍ବାଦିକ ସମ୍ମିଳନୀ ସୁନୀତା କହିଛନ୍ତି, ଭାରତ ଏକ ସୁନ୍ଦର ରାଷ୍ଟ୍ର। ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲି ।ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲି । ହିମାଳୟ ପାଦଦେଶ, ଜମ୍ମୁକାଶ୍ମୀର ଠାରୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର ଆଦି ଅନେକ ସ୍ଥାନର ଫଟୋ ମହାକାଶରୁ ଉଠାଇଛି । ଇସ୍ରୋ ସହ ମିଶି କାମ କରିବାର ସୁଯୋଗ ମିଳିଲେ ନିଶ୍ଚିତ ଭାବେ କରିବେ ବୋଲି କହିଛନ୍ତି ସୁନୀତା ।

ଅଧିକ ପଢନ୍ତୁ

kc ads