ମହାନଦୀ ଅବବାହିକାରେ ନିର୍ମାଣ ହେବ ୭ଟି ବ୍ୟାରେଜ । ଏନେଇ ମୁଖ୍ୟମନ୍ତ୍ରୀ ମୋହମ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ଏହି ସମ୍ପର୍କରେ ଉଦୟପୁରରେ ହୋଇଥିବା ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଛତିଶଗଡର ଜଳ ସମ୍ପଦ ମନ୍ତ୍ରୀ ଓ କମିଶନର ଉପସ୍ଥିତ ରହି ଆଲୋଚନା କରିଛନ୍ତି ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ରବି ନାୟକ ।ପାଣି ପ୍ରକଳ୍ପ କାମ ବିଳମ୍ବ ହେଲେ ଏଣିକି ଏଫଆଇଆର ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଚେତାବନୀ ଦେଇଛନ୍ତି । ସମ୍ପୃକ୍ତ ଠିକା ସଂସ୍ଥା ନାଁରେ ଏଫଆଇଆର ଦିଆଯିବ ।
