ମାଁ ତାରାତାରିଣୀଙ୍କ ପୀଠର ଉନ୍ନତି ପାଇଁ ୩୦ କୋଟି ଟଙ୍କାର ଡିପିଆର ଘୋଷଣା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସିଛନ୍ତି l ପ୍ରଥମେ ସେ ସକାଳ ୧୧ଟାରେ ତାରାତାରିଣୀ ମନ୍ଦିର ତଳେ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚି ସେଠାରୁ ଯାଇ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ଏହାସହ ମନ୍ଦିର ଚତୁଃପାର୍ଶ୍ୱ ବୁଲି ଉନ୍ନୟନମୂଳକ କାର୍ଯ୍ୟ ପରଖିଥିଲେ। ଖୁବଶୀଘ୍ର ମନ୍ଦିରର ଉନ୍ନୟନ ନେଇ ୩୦ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ କରାଯିବ ଓ ମନ୍ଦିରର ଉନ୍ନତିକରଣ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ମା’ଙ୍କ ପୀଠକୁ ଆସି ଦର୍ଶନ କରିଥିବାବେଳେ ପୂଜକମାନେ ପୀଠରେ ଥିବା ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।

ଅଧିକ ପଢନ୍ତୁ

kc ads