ମାଟ୍ରିକ୍‌ ଆଡମିଟ୍‌ କାର୍ଡରେ ଭୁଲ ଥିଲେ କରିପାରିବେ ସଂଶୋଧନ

୨୦୨୫ରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡରେ ଯଦି କୌଣସି ତ୍ରୁଟି ରହି ଯାଇଛି ତେବେ ତୁରନ୍ତ ସଂଶୋଧନ କରିବାର ସୁଯୋଗ ରହିଛି ।୧୭ରୁ ୨୫ ତାରିଖ ଚାଲିବ ସଂଶୋଧନ ପ୍ରକ୍ରିୟା।ସ୍କୁଲ୍‌ କର୍ତ୍ତୃପକ୍ଷ ନିଜ ନିଜ ଛାତ୍ରଛାତ୍ରୀଙ୍କ ଆଡମିଟ୍‌ କାର୍ଡରେ ଆବଶ୍ୟକ ସଂଶୋଧନ ପାଇଁ ଆସନ୍ତା ୧୭ ତାରିଖରୁ ୨୫ ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମାଟ୍ରିକ ପରୀକ୍ଷା ପୂର୍ବରୁ ଆଡମିଟ୍‌ କାର୍ଡ ସଂଶୋଧନ ପାଇଁ ସୁଯୋଗ ଦିଆଯାଇଥିବା ବେଳେ ଚଳିତବର୍ଷ ପ୍ରଥମଥର ପାଇଁ ମାଟ୍ରିକ୍‌ ପରୀକ୍ଷା ପରେ ବି ବୋର୍ଡ ତରଫରୁ ଏଭଳି ସୁଯୋଗ ସୃଷ୍ଟି କରାଯାଇଛି।ଯେଉଁ ଛାତ୍ରଛାତ୍ରୀଙ୍କର ଆଡମିଟ୍ କାର୍ଡରେ ନାମ, ଅଭିଭାବକଙ୍କ ନାଁ, ବୟସ, ସ୍କୁଲ ଆଦିରେ ଭୁଲ୍ ରହିଯାଇଥିବ ସେମାନେ ସ୍କୁଲ ପ୍ରଧାନଶିକ୍ଷକଙ୍କ ମାଧ୍ୟମେ ତ୍ରୁଟିକୁ ଠିକ୍ କରିବା ପାଇଁ ଆବେଦନ କରିପାରିବେ ।

ପ୍ରଧାନଶିକ୍ଷକ ଏ ସଂପର୍କିତ ସଂଶୋଧିତ ରିପୋର୍ଟ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରିବେ। ଫଳରେ ମାଟ୍ରିକ୍‌ ବୋର୍ଡ ସାର୍ଟିଫିକେଟ୍‌ ତ୍ରୁଟିଶୂନ୍ୟ ହେବ।

ଅଧିକ ପଢନ୍ତୁ

Odisha Darpan Digital