ଗାଁ ରାସ୍ତାରେ ଅସଦାଚରଣ କରିଥିଲେ ବୋଲି ଅଭିଯୁକ୍ତଙ୍କ ମୁହଁରେ କଳା ବୋଳିଲେ ଓ ବେକରେ ଜୋତା ମାଳ ପକାଇଲେ ପୀଡ଼ିତା ନାବାଳିକା। ତା’ପରେ ଅଭିଯୁକ୍ତଙ୍କୁ ଗାଁ ଦାଣ୍ଡରେ ବୁଲାଇଲେ। ଏପରି କଙ୍ଗାରୁ କୋର୍ଟ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ଗାଁରେ ବସିଛି।ଯାହା ସୂଚନା ମିଳିଛି ଜଣେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ମହଙ୍ଗା ପଡିଛି ଏଇ ଯୁବକକୁ । ଏଭଳି ଏକ ସାଙ୍ଘାତିକ ଅଭିଯୋଗରେ ଦୁଷ୍କର୍ମକାରୀ ଯୁବକ ମୁହଁରେ କାଳି ବୋଳି, ବେକରେ ଜୋତାମାଳ ଝୁଲାଇ, ଅଣ୍ଟାରେ ଦଉଡ଼ି ବାନ୍ଧି ନାଗରା ବଜାଇ ଗାଁ ବୁଲାଇଲେ ଲୋକେ । ଦୀର୍ଘ ୪ ଘଣ୍ଟା ପରେ ଯୁବକଙ୍କୁ ଗାଁ ଲୋକଙ୍କ ଠାରୁ ଉଦ୍ଧାର କଲା ତେଲକୋଇ ପୋଲିସ୍ ।
ଗତକାଲି ସନ୍ଧ୍ୟା ୫ଟାରେ ଆକୁଳ ଗାଁ ନୀଳାପଶି ମୁଣ୍ଡାସାହିର ଜଣେ ୧୨ ବର୍ଷର ନାବାଳିକା ନିକଟସ୍ଥ ପଡିଆକୁ ଶୌଚ ପାଇଁ ଯାଇଥିଲେ । ନାବାଳିକାକୁ ଏକୁଟିଆ ଦେଖି ଗ୍ରାମର ପ୍ରଶାନ୍ତ ନାୟକ(୪୦) ନାମକ ଜଣେ ଯୁବକ ନାବାଳିକାଟିର ପାଟି ବନ୍ଦ କରି ହାତରେ ସାର୍ଟ ବାନ୍ଧି ଦୁଷ୍କର୍ମ ଉଦ୍ୟମ କରିଥିଲା । ଏହି ସମୟରେ ନାବାଳିକା ଜଣକ ଚିତ୍କାର କରିବାରୁ ନିକଟରେ ଫୁଟବଲ୍ ଖେଳୁଥିବା କିଛି ଛୋଟ ଛୁଆ ଦୌଡି ଯାଇ ଘଟଣାସ୍ଥଳରୁ ନାବାଳିକାଙ୍କୁ ସେଠାରୁ ଉଦ୍ଧାର କରିଥିଲେ ।ମଙ୍ଗଳବାର ନାବାଳିକାଙ୍କ ପରିବାର ଓ ମୁଣ୍ଡା ସାହି ଲୋକମାନେ ପ୍ରଶାନ୍ତଙ୍କ ଘରେ ପହଞ୍ଚି ଥିଲେ। ତାକୁ ଗାଁ ଦାଣ୍ଡକୁ ନେଇ ଯାଇଥିଲେ।ଗାଁ ଦାଣ୍ଡରେ ଅଭିଯୁକ୍ତ କୁହାଯାଉଥିବା ପ୍ରଶାନ୍ତଙ୍କ ମୁହଁରେ ପୀଡିତା ନାବାଳିକା କାଳା ବୋଳିଥିଲେ। ପରେ ତାଙ୍କ ବେକରେ ଜୋତା ମାଳ ପକାଇ ଥିଲେ। ତା’ପରେ ପ୍ରଶାନ୍ତଙ୍କ ବେକରେ ନାଗରା ଓ ଅଣ୍ଟାରେ ଦୌଡ଼ି ବାନ୍ଧି ଦେଲେ ଗାଁ ଲୋକ। ପରେ ପୂରା ଗାଁ ବୁଲାଇଲେ।