ମୋଟାପଣ ଦୂର କରେ ଏହିସବୁ ଜିନିଷ !

ମୋଟାପଣ ବର୍ତ୍ତମାନ ସମୟରେ ସଭିଁଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମୋଟାପଣ ବୃଦ୍ଧି କାରଣରୁ ଶରୀର ଉପରେ ଅନେକ ପ୍ରଭାବ ପକାଇବା ସହ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ତେବେ ଆପଣ ମଧ୍ୟ ଯଦି ମୋଟାପଣ କାରଣରୁ ଚିନ୍ତିତ କିଛି ଘରୋଇ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ । ଏହାଦ୍ୱାରା ମୋଟାପଣ କମ୍‌ ହେବାରେ ସହାୟକ ହୋଇଥାଏ ।ଧଳା ଚାଉଳର ଭାତ ନଖାଇ ମାଟିଆ ଚାଉଳର ଭାତ ଖାଇବା ଉଚିତ। ଏହାକୁ ଖାଇବା ଦ୍ୱାରା ଶରୀରର ମେଦ ବୃଦ୍ଧି ହୋଇନଥାଏ। ତେବେ ଆପଣ ମେଥି କୁ ମଧ୍ୟ ବ୍ୟବହାର କରିପାରିବେ | ଓଜନ ହ୍ରାସ ପାଇଁ ମେଥି ମଞ୍ଜି ଅଧିକ ଉପକାରୀ । ସକାଳେ ପ୍ରତିଦିନ ଖାଲି ପେଟରେ ମେଥି ମଞ୍ଜିର ପାଣି ପିଇବା ଦ୍ୱାରା ଉତ୍ତମ ଫଳ ମିଳିଥାଏ । ରାତିରେ ପାଣିରେ ମେଥି ମଞ୍ଜିକୁ ବତୁରାଇ ସକାଳେ ଏହାର ପାଣି ପିଅନ୍ତୁ । କିଛି ଦିନରେ ନିଜେ ଅନୁଭବ କରିବେ ଏହାର କେତେ ଉପକାରୀ । ଆପଣ ନିୟମିତ ଡ଼ାଲଚିନି ଖାଇବା ଦ୍ୱାରା ଏହା ଶରୀରରେ ରକ୍ତ ଶର୍କରାକୁ ବୃଦ୍ଧି ହେବାକୁ ଦେଇନଥାଏ। ଯାହା ଫଳରେ ମୋଟାପଣ ଦୂର ହୋଇଥାଏ।କିମ୍ବା ଦଲିଆ ଖାଇବା ଦ୍ୱାରା ମୋଟାପଣ ବହୁ ପରିମାଣରେ କମିଥାଏ। ଏହା ଶରୀରକୁ ଆବଶ୍ୟକ ଅନୁଯାୟୀ ପୃଷ୍ଟି ମଧ୍ୟ ଯୋଗାଇଥାଏ।

ଅଧିକ ପଢନ୍ତୁ

Odisha Darpan Digital