କଳାକାର ଓ ଯାତ୍ରା ମାଲିକ ସଂଘ କଳିରେ ବଳି ପଡୁଛି ଯାତ୍ରା କମିଟି। ଯାତ୍ରା ଦେଖିବାକୁ ଦର୍ଶକଙ୍କ କମିଲାଣି ଆଗ୍ରହ। ଭଲ ଦର୍ଶକ ହେଉନଥିବାରୁ କ୍ଷତି ସହୁଛନ୍ତି ଯାତ୍ରା କମିଟି। ଯାତ୍ରା ମାଲିକଙ୍କ ଏକଚାଟିଆ କାରବାର ପାଇଁ ଆରମ୍ଭ ହୋଇଛି ବିବାଦ । ବିବାଦ ଛାଡ଼ି ଯାତ୍ରା ମାଲିକ ସଂଘ ସମସ୍ୟାର ସମାଧାନ ନକଲେ ଯାତ୍ରା ବୁଡ଼ି ଯିବ ବୋଲି କହିଲେ ଯାତ୍ରା କମିଟି ମହସଂଘ ରାଜ୍ୟ ସଂଯୋଜକ ମାନସ ରଞ୍ଜନ ରାୟସାମନ୍ତ। ଅନ୍ୟପଟେ ଯାତ୍ରା ମାଲିକ- ଅଭିନେତା ବାପି ପଣ୍ଡା ବିବାଦ ଥମିବାର ନାଁ ନେଉନି । ଦିନକୁ ଦିନ ବିବାଦ ଅଧିକ ତେଜିବାରେ ଲାଗିଛି । ସୋମବାର ଘଟଣା ନୂଆ ମୋଡ ନେଇଛି । ସେ କହିଛନ୍ତି ଆଜି ଠାରୁ ଆରମ୍ଭ ହେଲା ଶୀତଳ ଯୁଦ୍ଧ । ରାଜଧାନୀ ଓ ପାର୍ବତୀର ପରିଚାଳକ ଜଗତ ଜୀବନ ପଣ୍ଡା ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଗଣମାଧ୍ୟମକୁ ଆସିବି ନାହିଁ । କିନ୍ତୁ ବାପି ପଣ୍ଡା ଓ ମୋ ଭିତରେ ଶୀତଳ ଯୁଦ୍ଧ ଚାଲିବ । ମୁଁ ସ୍ଵର୍ ନରମାଇଥିଲି କିନ୍ତୁ ବାପି ପଣ୍ଡା ନିଆଁ ଲଗାଇଲେ । ମୋ କ୍ୟାମ୍ପକୁ ଯାଇ ମୋ କର୍ମଚାରୀଙ୍କ ବିଷୟ ରେ ସୋସିଆଲ ମିଡ଼ିଆରେ ପକାଇଲେ । ଏବେ ମୁଁ ଆଉ ଛାଡିବି ନାହିଁ । ତେବେ ଚୁକ୍ତି ଖିଲାପକରି ଯାତ୍ରା ପରିବେଷଣ କରିନଥିବା ବେଳେ ଅଗ୍ରୀମ ୩ଲକ୍ଷ ଟଙ୍କା ଫେରସ୍ତ କରୁନାହାନ୍ତି ଯାତ୍ରା ବାଘା ଯତୀନ ଲୋକନାଟ୍ୟର ମାଲିକ । ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ଜିଲ୍ଲା ନିଆଳ ସାର୍ବଜନୀନ ଦୁର୍ଗାପୂଜା ଯାତ୍ରା କମିଟିର ସଦସ୍ୟ ମାନେ ।
ଅଭିଯୋଗ ମୁତାବକ, କୁଆଡେ ଗତ ଅକ୍ଟୋବର ମାସ ଦୂର୍ଗାପୂଜା ସମୟରେ ୩ରାତି ଯାତ୍ରା ପରିବେଷଣ ପାଇଁ ଯାତ୍ରା ବାଘାଜତିନ ଲୋକନାଟ୍ୟ ସହିତ କମିଟିର ଚୁକ୍ତି ହୋଇଥିଲା । ଏନେଇ ଅଗ୍ରୀମ ୪ଲକ୍ଷ ଟଙ୍କା ପାର୍ଟିର ପରିଚାଳକ ନେଇଥିଲେ । ହେଲେ ଯାତ୍ରା କରିବା ଦିନ ଆଉ ଯାତ୍ରାପାର୍ଟି ଆସିନଥିଲା କି ଯାତ୍ରା ପରିବେଷଣ ହୋଇନଥିଲା । ଫଳରେ ସାଧାରଣତରେ ଆୟୋଜକ କମିଟିକୁ ଅପଦସ୍ତ ହେବାକୁ ପଡିଥିଲା ।
ଏପଟେ ପରବର୍ତ୍ତୀ ସମୟରେ କମିଟିର କର୍ମକତାମାନେ ଅଗ୍ରୀମ ଟଙ୍କା ଫେରସ୍ତ ପାଇଁ ଯାତ୍ରା ପରିଚାଳକଙ୍କ ନିକଟରେ ଦାବିକରିଥିଲେ । କିନ୍ତୁ ପରିଚାଳକ ବିଭିନ୍ନ ଆଳରେ ଆଜିକାଲି କହି ୭ମାସ ହେବ ସମୟ ଗଡେଇ ଚାଲିଛନ୍ତି । ହେଲେ ଟଙ୍କା ଫେରସ୍ତ କରୁନାହାନ୍ତି ।