ରଣପୁର ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ

ନୟାଗଡ଼,(ଓଡ଼ିଶା ଦର୍ପଣ):ଆଜି ନୀଳକଣ୍ଠ ଦେବ ପ୍ରାଥମିକ ବିଦ୍ୟାଳୟ ଗୋପାଳପୁର ପରିସରରେ  ଆଗାମୀ ତିନି ବର୍ଷ ପାଇଁ କର୍ମକର୍ତା ନିର୍ବାଚନ ହୋଇଯାଇଛି।ଏଥିରେ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ସଭାପତି ତଥା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ମହାସଚିବ ଜ୍ୟୋତି ରଞ୍ଜନ ଦାଶ ଯୋଗଦାନ କରି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ସଭାପତି ଭାବେ ବିଶ୍ୱଜିତ ମହାପାତ୍ର,ଉପ ସଭାପତି କୁଳମଣି ପ୍ରଧାନ ଏବଂ ରିତାଞ୍ଜଳି ମହାରଣା,ସମ୍ପାଦକ,ଅଶୋକ କୁମାର ବେହେରା,ସହ ସଂପାଦକ ଭାବେ କିଶୋର ଚନ୍ଦ୍ର ମିଶ୍ର ପ୍ରମୋଦ କୁମାର ସେଠୀ,ରମେଶ ଚନ୍ଦ୍ର ବେହେରା
କୋଷାଧ୍ୟକ୍ଷ ଭାବେ ଶରତ କୁମାର ମିଶ୍ର ଉପଦେଷ୍ଟା ଭାବେ ନୀଳକଣ୍ଠ ରଥ,ନୀଳମଣି ବେହେରା, ବିଭୂତି ମିଶ୍ର,ସଂଯୋଜକ ଭାବେ ମାଗୁଣି ଖୁଣ୍ଟିଆ,ଜିଲ୍ଲା ପ୍ରତିନିଧି ଭାବେ ସୁବାସ ଚନ୍ଦ୍ର ବେହେରା ପ୍ରମୁଖ ମନୋନୀତ ହୋଇଛନ୍ତି।ଏଥିରେ ରଣପୁର ବ୍ଲକ୍ ର ୭୫ରୁ ଊର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ। ରଣପୁର ବ୍ଲକ୍ ର ତିନୋଟି ସର୍କଲ ନୂତନ କର୍ମକର୍ତା ନିର୍ବାଚିତ ହୋଇଥିଲେ।କାର୍ଯ୍ୟକାରୀ କମିଟିକୁ ଭାସ୍କର ପ୍ରଧାନ,ବ୍ରଜ କିଶୋର ପଟ୍ଟନାୟକ, ଅଜୟ କୁମାର ରାଉତ,ରଣପୁର ପାଇଁ ବିଭୂତି ମିଶ୍ର,କିଶୋର ଚନ୍ଦ୍ର ମିଶ୍ର, ଗୋପାଳପୁର ପାଇଁ ନୀଳମଣି ବେହେରା,ମହେନ୍ଦ୍ର ସୁବୁଦ୍ଧି,ଶରତ ଚନ୍ଦ୍ର ତ୍ରିପାଠୀ ମନୋନୀତ ହୋଇଛନ୍ତି।ପୂର୍ବତନ ସମ୍ପାଦକ ଜଗନ୍ନାଥ ଦାଶ,ପ୍ରଫୁଲ କୁମାର ବିଶ୍ବାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital