ରାଜଧାନୀରେ ଚାଞ୍ଚଲ୍ୟ: ବସଷ୍ଟାଣ୍ଡରେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ବରମୁଣ୍ଡା ବସଷ୍ଟାଣ୍ଡରେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ବସଷ୍ଟାଣ୍ଡରେ ଶୋଇଥିବା ବେଳେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି ।ଅଭିଯୋଗ ପାଇ ଭରତପୁର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ଗଞ୍ଜାମ ବେଗୁନିଆପଡ଼ାର ପବିତ୍ର କହଁର(୩୯) । ପବିତ୍ର ପୋକ୍‌ସୋ କୋର୍ଟକୁ ଚାଲାଣ କରାଯାଇଛି ।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଜଣେ ମହିଳା ଗତକାଲି ସନ୍ଧ୍ୟାରେ ତାଙ୍କ ନାବାଳିକା ଝିଅ ସହ ବରମୁଣ୍ଡା(ବିଏସ୍‌ଏବିଟି) ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ । ଏହି ସମୟରେ ମହିଳାଙ୍କୁ ନିଦ ହୋଇ ଯାଇଥିଲା । ଏହାର ସୁଯୋଗ ନେଇ ପବିତ୍ର ପ୍ରଥମେ ମହିଳାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ସେ ପାଟି କରି ଉଠିବାରୁ ପବିତ୍ର ତାକୁ ଛାଡ଼ି ଦେଇଥିଲା । ପରେ ମହିଳାଙ୍କୁ ମଧ୍ୟ ଦୁଷ୍କର୍ମ ଉଦ୍ୟମ କରିଥିଲା । ମହିଳା ଜଣଙ୍କ ନିଦରୁ ଉଠି ଚିତ୍କାର କରିବାରୁ ପବିତ୍ର ସେଠାରୁ ଦୌଡ଼ି ପଳାଇଥିଲା ।

ଅଧିକ ପଢନ୍ତୁ

Odisha Darpan Digital