ରାଜଧାନୀ ଭୁବନେଶ୍ବରରୁ ହଟିବେ ସମସ୍ତ ଉଠା ଦୋକାନୀ ।

ରାଜଧାନୀ ଭୁବନେଶ୍ବରରୁ ହଟିବେ ସମସ୍ତ ଉଠା ଦୋକାନୀ । ୫୫ଟି ରାସ୍ତାରୁ ସ୍ଥାୟୀ ଭାବେ ଉଠା ଦୋକାନୀକୁ ହଟାଯିବ । ସମୂହ ସଫେଇ କାର୍ଯ୍ୟକ୍ରମ ବେଳେ ଏମିତି କିଛି ସୂଚନା ଦେଇଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । । ରାସ୍ତା କଡ଼ରେ ବାରମ୍ବାର ତାଗିଦ ପରେ ବି କାହିଁକି ରେଜିଷ୍ଟ୍ରେସନ୍ କରିନଥିବା ଦୋକାନୀ ଦୋକାନ ପକାଇଛନ୍ତି ବୋଲି ନାଲି ଆଖି ଦେଖାଇଲେ ମେୟର ।

ଏହା ସହ ଉଠା ଦୋକାନୀକୁ ହଟାଇ ସ୍ଥାୟୀ ଭେଣ୍ଡିଂ ଜୋନ୍‌ ଦିଆଯିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି ।ତେବେ ଆଗକୁ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ରାଜଧାନୀ ଭୁବନେଶ୍ବର ସଜେଇ ହେଉଥିବା ବେଳେ ଏଥିପାଇଁ ଭୁବନେଶ୍ୱରକୁ ସଫା କରିବା ପାଇଁ ଅଣ୍ଟା ଭିଡ଼ିଛି ବିଏମସି । ଦୋକାନ ପାଖ ସଫା ରଖିବାକୁ ମଧ୍ୟ ମେୟର ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital