ରାଜ୍ୟରେ ଆସନ୍ତା ୫ ବର୍ଷରେ ୧ ଲକ୍ଷ ୫୦ ହଜାର ପଦବୀ ପୂରଣ ହେବ।

ରାଜ୍ୟରେ ଆସନ୍ତା ୫ ବର୍ଷରେ ୧ ଲକ୍ଷ ୫୦ ହଜାର ପଦବୀ ପୂରଣ ହେବ। ଆସନ୍ତା ୨ ବର୍ଷ ମଧ୍ୟରେ ସରକାର ୬୫ ହଜାର ପଦବୀ ପୂରଣ କରିବେ। ତେବେ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ଆଣିବାକୁ ନିଷ୍ପତ୍ତି ନେଉଛନ୍ତି ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି | ବିଜେଡି ବିଧାୟକ ଗଣେଶ୍ୱର ବେହେରା ମୂଳ ପଦବୀ ପୂରଣ, ନୂଆ ନିଯୁକ୍ତି, ଠିକା ନିଯୁକ୍ତି ଉଚ୍ଛେଦ ପ୍ରମୁଖ ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି । ସେହିଭଳି ବିଜେଡି ବିଧାୟକ ରମେଶ ବେହେରା, ସାରଦା ପ୍ରସନ୍ନ ଜେନା ମଧ୍ୟ ବେକାରୀ ସମସ୍ୟା ପୂରଣ ନେଇ ସରକାର ସ୍ପଷ୍ଟ ବିବୃତି ରଖିବା କଥା ବୋଲି କହିଥିଲେ । ଚଳିତ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଗୃହରେ ଦେଇଥିବା ତଥ୍ୟ ଅନୁଯାୟୀ ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩,୪୦୫ ପଦବୀ ଖାଲି ରହିଥିବା ବେଳେ ଏହା ପଛକୁ ସ୍ୱାସ୍ଥ୍ୟ ବିଭାଗରେ ୩୯,୧୨୭ ପଦବୀ ଖାଲି ରହିଛି।ଅପରପକ୍ଷେ ଆସନ୍ତା ଡ଼ିସେମ୍ବର ମାସ ସୁଦ୍ଧା ରାଜ୍ୟରେ ମୋଟ ୩୪୬୮୬ ଖାଲି ପଦବୀ ପୁରଣ କରାଯିବ । ତନ୍ମଧ୍ୟରୁ ଚଳିତ ସେପ୍ଟେମ୍ବର ମାସରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସର୍ବାଧିକ ୨୧୯୭୯ ପଦବୀ ଅନ୍ତର୍ଭୁକ୍ତ ରହିଛି ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।

ଅଧିକ ପଢନ୍ତୁ