ଦିନକୁ ଘଟୁଛି ୮ରୁ ଅଧିକ ଦୁଷ୍କର୍ମ। ସାମାଜିକ ଗଣମାଧ୍ୟମରେ ବଢିଛି ଶିଶୁଙ୍କ ଅଶ୍ଳୀଳ ଭିଡ଼ିଓ ।

ଶ୍ବେତପତ୍ରରେ ଅପରାଧର ଚିତ୍ର। ମୋଟ୍‌ ଆପରାଧିକ ମାମଲା ୨ ଲକ୍ଷ ଟପିଲା ଦିନକୁ ୮ରୁ ଅଧିକ ଦୁଷ୍କର୍ମ, ୩ ହତ୍ୟାକାଣ୍ଡ । ଚାର୍ଜସିଟ୍‌ ଦେବାରେ ପଛୁଆ ପୁଲିସ ବାବୁ । ୨୦୨୩ରେ ଏହି ସଂଖ୍ୟା ୧ ଲକ୍ଷ ୯୯ ହଜାର ଥିଲା ବେଳେ ୨୦୨୪ରେ ରୁଜୁ ହୋଇଥିବା ଧର୍ତ୍ତବ୍ୟ ଅପରା‌ଧ ମାମଲା ସଂଖ୍ୟା ୨ ଲକ୍ଷ ୧୪ ହଜାର ୧୧୩ ହୋଇଛି । ଏହା ମଧ୍ୟରୁ ୧,୩୯,୦୦୧ ମାମଲାରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଶ୍ବେତପତ୍ରରେ ତଥ୍ୟ ଦିଆଯାଇଛି ଯେ ସାଇବର୍‌ ଅପରାଧ ସଂଖ୍ୟା ପ୍ରତିବର୍ଷ ବଢ଼ୁଥିବାର ତଥ୍ୟ ଚିନ୍ତା ବଢ଼ାଇଦେଇଛି । ୨୦୨୩ରେ ସାଇବର୍‌ ଅପରାଧ ମାମଲା ୨୩୪୮ ଥିଲା ବେଳେ ୨୦୨୪ରେ ତାହା ୨୫୦୧ରେ ପହଞ୍ଚିଛି ।

ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣା ଅତ୍ୟନ୍ତ ଉଦ୍‌ବେଗର ବିଷୟ ହୋଇଛି । ୨୦୨୪ରେ ମ‌ୋଟ୍‌ ୩୦୫୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏହା ମଧ୍ୟରୁ ୨୯୮୬ ମାମଲା ସତ୍ୟ ବୋଲି ସରକାର ସ୍ବୀକାର କରିଛନ୍ତି । ତେବେ ଚାର୍ଜସିଟ୍‌ ହାର ୬୪% ରହିଛି ଅର୍ଥାତ ୧୯୪୮ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି । ମୋଟ୍‌ ମାମଲାକୁ ହିସାବକୁ ନେଲେ ରାଜ୍ୟରେ ପ୍ରତିଦିନ ୮ରୁ ଅଧିକ ଦୁଷ୍କର୍ମ ମାମଲା ହେଉଛି ବୋଲି ଧରିବାକୁ ପଡ଼ିବ । ସେମିତି ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ୍‌ ହାର ଆହୁରି ଦୁର୍ବଳ। ୨୦୨୪ରେ ୧୨୮୫ଟି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିଲା ବେଳେ ସେଥିରୁ ୧୨୧୫ଟି ସତ ବୋଲି ସ୍ବୀକାର କରାଯାଇଛି। ଏହା ମଧ୍ୟରୁ ୫୪୨ଟି ଅର୍ଥାତ ୪୫% ମାମଲାରେ ଚାର୍ଜସିଟ୍‌ ହୋଇଛି। ଦଙ୍ଗା ଘଟଣାରେ ମଧ୍ୟ ୪୩% ମାମଲାରେ ଚାର୍ଜସିଟ୍‌ ହୋଇଛି।

ଅଧିକ ପଢନ୍ତୁ

kc ads