ରାଜ୍ୟର ସବୁ ଦୁର୍ଗା ପୂଜା ପେଣ୍ଡାଲର ସରକାରୀ ଭଡ଼ା ଛାଡ଼ କରିବାକୁ ନିଷ୍ପତ୍ତି।

ଶାରଦୀୟ ଦୁର୍ଗା ପୂଜା ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟର ସବୁ ଦୁର୍ଗା ପୂଜା ପେଣ୍ଡାଲର ସରକାରୀ ଭଡ଼ା ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ସବୁ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରାଗଲା ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଫଳରେ ଆଉ ପୂଜା ମଣ୍ଡପ ତଥା ଷ୍ଟାଣ୍ଡ ନିମନ୍ତେ କମିଟିକୁ ଆଉ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।ଆଜି ମୁଖ୍ୟମନ୍ତ୍ରୀ ରାଜଧାନୀରେ ପ୍ରାୟ ୧୦ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଭାଗୀୟ ମନ୍ତ୍ରୀ ବି ମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି। ଅପରପକ୍ଷେ ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲୁଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଭୁବନେଶ୍ବରରେ ୩ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି। ତେବେ ରସୁଲଗଡ଼ରୁ ସକାଳ ସାଢ଼େ ୧୦ଟାରୁ ନବୀନ ତାଙ୍କ ଦର୍ଶନ ଆରମ୍ଭ କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital