ରାଜ୍ୟର ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟର ଭିସି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ରାଜ୍ୟରେ ୧୩ ବିଶ୍ୱବିଦ୍ୟାଳୟରେ କୂଳପତି ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ ୧୦ ବର୍ଷ ଅଭିଜ୍ଞତା ଥିବା ଦରକାର । ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ “୦୧.୧୨.୨୦୨୫ (୦୨.୧୨.୧୯୫୯ କିମ୍ବା ତା’ପରେ ଜନ୍ମ) ଅନୁଯାୟୀ ୬୬ ବର୍ଷରୁ କମ୍ ବୟସର ଯୋଗ୍ୟ ଆବେଦନକାରୀଙ୍କଠାରୁ ଆବେଦନ ଗ୍ରହଣ କରାଯିବ”।

ଆବେଦନକାରୀଙ୍କ ପ୍ରମାଣିତ ଶିକ୍ଷାଗତ ଏବଂ ଆଡମିନିଷ୍ଟ୍ରେଟିଭ ଏକ୍ସଲେନ୍ସି, ପ୍ରତିଷ୍ଠିତ ଶିକ୍ଷାବିତ୍ ଏବଂ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବରେ ସର୍ବନିମ୍ନ ୧୦ ବର୍ଷର ଅଭିଜ୍ଞତା କିମ୍ବା ପ୍ରତିଷ୍ଠିତ ଗବେଷଣା କିମ୍ବା ଶିକ୍ଷାଗତ ସଂଗଠନରେ ସମକକ୍ଷ ପଦବୀରେ ୧୦ ବର୍ଷର ଅଭିଜ୍ଞତା ରହିଥିବ।

ଅଧିକ ପଢନ୍ତୁ

kc ads