ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟସଭା ସାଂସଦ ମହୁଆ ମାଝୀ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ମହାକୁମ୍ଭରୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ବୁଧବାର ଭୋର ପ୍ରାୟ ୪ଟା ସମୟରେ ଜାତୀୟ ରାଜପଥ-୩୯ ରେ ଏହି ଘଟଣା ଘଟିଥିଲା । ଏହି ସମୟରେ ତାଙ୍କ ପୁଅ ଏବଂ ବୋହୂ ମଧ୍ୟ ତାଙ୍କ ସହ ଥିଲେ। ଜାତୀୟ ରାଜପଥ -39 ର ଲାଟେହାରର ହଟୱାଗ ଗ୍ରାମରେ ତାଙ୍କ କାର ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଏହି ଧକ୍କାରେ ଗାଡିର ଆଗ ଭାଗ ଭାଙ୍ଗିଯାଇଛି। ମହୁଆ ମାଂଝୀଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଥିଲା, ପରେ ତାଙ୍କୁ ରାଞ୍ଚି ରିଏମ୍ଏସ୍ ରେଫର୍ କରାଯାଇଛି।