ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ

ମହଙ୍ଗା ପଡ଼ିଲା ବିନା ହେଲମେଟରେ ଗାଡ଼ି ଚଳାଇ ରିଲ୍ସ କରିବା । ଗାଡ଼ି ଜବତ ସହ ଜୋରିମାନା କଲା ଆରଟିଓ । ରାନୀ ପ୍ରିୟଦର୍ଶିନୀ ବିନା ହେଲମେଟରେ ବେପରୁଆ ଭାବେ ଗାଡ଼ି ଚଳାଇବା ସହ ରିଲ୍ସ କରୁଥିବା ନେଇ ଟ୍ବିଟ୍‌ କରି ଆରଟିଓକୁ ଜଣାଇଥିଲେ ନାରାୟଣ ବିଶ୍ବାଳ ନାମକ ଜଣେ ବ୍ୟକ୍ତି । ତେବେ ବିନା ହେଲମେଟରେ ସ୍କୁଟି ଚଳାଇ ରିଲ୍ସ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ। ଏନେଇ ସୋଶାଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଟ୍ରାଫିକ ନିୟମ ଉଲ୍ଲଂଘନ ନେଇ ଅନେକ ଲୋକେ ସ୍ୱର ଉଠାଇଥିଲେ। ଏହାପରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ OD02-CU-4937 ନମ୍ବର ଗାଡ଼ିକୁ ଜବତ କରାଯାଇଛି।ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ବା ଫାଇନ ଆଦାୟ କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ରାଜରାସ୍ତାରେ ରିଲ୍ସ କରୁଥିବା ବେଳେ ସତର୍କତା ଅବଲମ୍ବନ କରିବାକୁ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

ଅଧିକ ପଢନ୍ତୁ