ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ଆଉ ଏକ କୈଫିୟତ୍ ତଲବ ନୋଟିସ ଜାରି

ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ଆଉ ଏକ କୈଫିୟତ୍ ତଲବ ନୋଟିସ ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l ନୋଟିସ ପାଇବାର 2 ଦିନ ମଧ୍ୟରେ କୈଫିୟତ୍ ଦାଖଲ କରିବାକୁ ସମୟ ଦିଆଯାଇଛି lଏହି ସମୟ ଭିତରେ ସନ୍ତୋଷ ଜନକ କୈଫିୟତ୍ ହସ୍ତଗତ ନହେଲେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି | ସୂଚନାମୁତାବକ ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ର ଦୀଘା ଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦାନ କରି ସେବକ ଦଳର ନେତୃତ୍ବ ନେଉଥିବା ଚିତ୍ର ତଥା ଭିଡିଓ ବିଭିନ୍ନ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇଅଛି । ପୁରୀ ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀପୁରୁଷୋତ୍ତମ ଜଗନ୍ନାଥଙ୍କ ପବିତ୍ର ଆଦ୍ୟ ଓ ନିତ୍ୟ ପୀଠ ।

ଶାସ୍ତ୍ରୀୟ ମତ ଅନୁସାରେ, ଭାରତବର୍ଷର ଚାରିଧାମ ମଧ୍ୟରେ ଅନ୍ୟତମ ପ୍ରମୁଖ ଧାମ ହେଉଛି ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ଧାମ । ମହାପ୍ରଭୁଙ୍କ ଜଣେ ବରିଷ୍ଠ ଦଇତାପତି ସେବକ ଭାବେ ଏସମ୍ପର୍କରେ ଅବଗତ ଥାଇ ମଧ୍ୟ ଜଗନ୍ନାଥ ଧାମ ଦୀଘା ସ୍ବ-ନାମିତ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦାନ ଦ୍ବାରା ଶ୍ରୀମନ୍ଦିର ପରମ୍ପରା ନେଇ ଭକ୍ତଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି ଏବଂ ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଧର୍ମୀୟ ଭାବନାକୁ ଆଘାତ ଲାଗିଛି ।ତେଣୁ “ଜଗନ୍ନାଥଧାମ- ଦୀଘା” ନାମିତ ଏକ ମନ୍ଦିରର କାର୍ଯ୍ୟକ୍ରମକୁ ଶ୍ରୀମନ୍ଦିର ସେବକ ଭାବେ କାହିଁକି ଯୋଗଦେଲେ ଏବଂ ସେତେବେଳେ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତାମାନଙ୍କୁ ଏହାର ପ୍ରତିବାଦ କରିଥିଲେ ନା ନାହିଁ, ସେନେଇ କୈଫିୟତ୍ ରଖିବାକୁ ନୋଟିସ ରେ କୁହାଯାଇଛି l

ଅଧିକ ପଢନ୍ତୁ

kc ads