ରାଷ୍ଟ୍ରପତି ଭବନରେ ୪ କୋଣାର୍କ ଚକ ପ୍ରତିକୃତି ସ୍ଥାପିତ କରାଯାଇଛି

ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର ଓ ନୂଆଦିଲ୍ଲୀର ଅମୃତ ଉଦ୍ୟାନରେ ବାଲୁକା ପଥରରେ ନିର୍ମିତ କୋଣାର୍କ ଚକ୍ରର ୪ଟି ପ୍ରତିକୃତି ସ୍ଥାପନ କରାଯାଇଛି। ପର୍ଯ୍ୟଟକଙ୍କ ମଧ୍ୟରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରିବା ଏବଂ ପ୍ରୋତ୍ସାହିତ କରିବା ଏହି ପ୍ରତିଷ୍ଠାର ଉଦ୍ଦେଶ୍ୟ।ଓଡ଼ିଶାର ସର୍ବୋତ୍ତମ ମନ୍ଦିର ସ୍ଥାପତ୍ୟର ନିଦର୍ଶନ କୋଣାର୍କ ସୂର୍ଯ୍ୟମନ୍ଦିର ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳରେ ସାମିଲ ହୋଇଛି। ଏହା ସୂର୍ଯ୍ୟ ଭଗବାନଙ୍କୁ ନେଇ ଏକ ବିରାଟ ରଥ ଆକାରରେ ନିର୍ମିତ ହୋଇଥିଲା। ତ୍ରୟୋଦଶ ଶତାବ୍ଦୀରେ ରାଜା ନରସିଂହ ଦେବ ପ୍ରଥମଙ୍କ ଶାସନ କାଳରେ ନିର୍ମିତ କୋଣାର୍କ ଚକ ଦେଶର ପ୍ରାଚୀନ ଜ୍ଞାନ, ଉନ୍ନତ ସଭ୍ୟତା ଓ ସ୍ଥାପତ୍ୟର ଉତ୍କର୍ଷକୁ ପ୍ରତିପାଦିତ କରେ।ରାଷ୍ଟ୍ରପତି ଭବନରେ ପାରମ୍ପରିକ ସାଂସ୍କୃତିକ ଓ ଐତିହାସିକ ମୂଲ୍ୟବୋଧର ପରିଚୟ ଦେବା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ଏକ ଅଂଶ ହେଉଛି ଏହି ପଦକ୍ଷେପ। କୋଣାର୍କ ଚକ୍ର ଭାରତର ସାଂସ୍କୃତିକ ପରମ୍ପରାର ପ୍ରତୀକ।

ଅଧିକ ପଢନ୍ତୁ

kc ads