କେନ୍ଦ୍ର ସରକାର ଏଥର ରାସନ କାର୍ଡରେ ଇ-କେୱାଇସି କରିବା ବାଧ୍ୟତାମୂଳକ କରିଛନ୍ତି। ବର୍ତ୍ତମାନ ଏହି ରାସନ କାର୍ଡର KYC କରିବା ପାଇଁ ସମୟ ସୀମା ବୃଦ୍ଧି କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି ।ଯଦି ମାଗଣା ଚାଉଳ-ଗହମ ପାଇବାକୁ ଚାହୁଁଛନ୍ତି ତେବେ ରାସନ କାର୍ଡ ଇ-କେୱାଇସି ସଂପୂର୍ଣ୍ଣ କରିବା ଆବଶ୍ୟକ । ଆଧାର କାର୍ଡ ଏବଂ ଲିଙ୍କ ହୋଇଥିବା ମୋବାଇଲ ନମ୍ବର ବ୍ୟବହାର କରି ଆପଣ ଅନଲାଇନରେ ଆପଣଙ୍କର ରାସନ କାର୍ଡ KYC ସଂପୂର୍ଣ୍ଣ କରିପାରିବେ ।ଅନଲାଇନରେ KYC କରୁଥିଲେ ଆପଣଙ୍କୁ କିଛି ଡକ୍ୟୁମେଣ୍ଟ ଦରକାର । ସେଗୁଡ଼ିକ ହେଉଛି ଆଧାର କାର୍ଡ, ପରିବାରର ସମସ୍ତ ସଦସ୍ୟଙ୍କ ଆଧାର କାର୍ଡ ଏବଂ ଆଧାର କାର୍ଡ ସହିତ ସଂଯୁକ୍ତ ନିଜସ୍ବ ମୋବାଇଲ ନମ୍ବର ଆବଶ୍ୟକ । ତେବେ ମନ୍ତ୍ରୀ ପାତ୍ର କହିଛନ୍ତି, ରାଜ୍ୟରେ ଶେଷ ଲୋକର EKYC ନ ହେବା ଯାଏଁ ଏହା ବନ୍ଦ ହେବ ନାହିଁ। ପାଖାପାଖି ସାଢ଼େ ୩ କୋଟି ଲୋକଙ୍କ EKYC ହେବ। ୨ କୋଟି ଲୋକଙ୍କ EKYC ସରିଛି। ଆଉ ଦେଢ଼ କୋଟି ଲୋକଙ୍କ ହେବ। ଏଥିପାଇଁ ମାସେ, ଦେଢ଼ମାସ ସମୟ ଲାଗିପାରେ ବୋଲି ମନ୍ତ୍ରୀ କହିଛନ୍ତି। -EKYC ହୋଇସାରିଲା ପରେ କେତେ ଫଲ୍ସ କାର୍ଡ ଥିଲା ଜଣାପଡ଼ିବ ବୋଲି କହିଛନ୍ତି।