ଓଡ଼ଗାଁ, (ଓଡିଶା ଦର୍ପଣ): ସେବା ତଥା ଶୃଙ୍ଖଳା ର ପ୍ରତୀକ ସମଗ୍ର ବିଶ୍ୱର ବୃହତ୍ତମ ଅନୁଷ୍ଠାନ ହେଉଛି ସ୍କାଉଟ ଗାଇଡ । ଦୀର୍ଘ 3 ବର୍ଷ ଧରି ନିଜର ସେବା ଓ ଶୃଙ୍ଖଳାର ଗୋଟିଏ ପରେ ଗୋଟିଏ ବ୍ୟେଚ ଧାରଣ କରିସାରିଲା ପରେ ଶେଷରେ ଦିଅନ୍ତି ରଜ୍ୟ ପୁରସ୍କର ପରୀକ୍ଷା। ରାଜ୍ୟ ପୁରସ୍କାର ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀମାନଙ୍କୁ ରାଜ୍ୟପାଳ ଦିଅନ୍ତି ସାର୍ଟିଫିକେଟ। ଆଜି ଥିଲା ଓଡ଼ିଶା ଭାରତ ସ୍କାଉଟ ଗାଇଡ ର ରାଜ୍ୟ ପୁରସ୍କାର ଉତ୍ସବ । ପ୍ରତି ଜିଲ୍ଲା ଭଳି ନୟାଗଡ ଜିଲ୍ଲାର 2 ଜଣ କବ ଓ ବୁଲ ବୁଲ ଏବଂ 2 ଜଣ ସ୍କାଉଟ ଓ ଗାଇଡ ନୟାଗଡ ଜିଲ୍ଲା ତରଫରୁ ରାଜ୍ୟପାଳଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ସେମାନେ ହେଲେ କବ୍ ବିଭାଗରୁ ଆଶୁତୋଷ ପରିଡ଼ା ଯେକି କଳିଙ୍ଗ ଭାରତୀ ବିଦ୍ୟାନିକେତନ କନ୍ଧ ନୟାଗଡ ରଣପୁର ର ଛାତ୍ର, ବୁଲ ବୁଲ୍ ତରଫରୁ କେ. ଏସ୍. ବି . ପବ୍ଲିକ ସ୍କୁଲ ଶରଣକୁଳ ର ଛାତ୍ରୀ ପ୍ରୀତି ପ୍ରିୟଦର୍ଶନୀ, ସ୍କାଉଟ ତରଫରୁ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଖଣ୍ଡପଡ଼ା ରୁ ସାଇ ପ୍ରସାଦ ସିଂ ସାମନ୍ତ ଓ ଗାଇଡ ତରଫରୁ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ଛାତ୍ରୀ ସ୍ଵପ୍ନାରାଣୀ ପ୍ରଧାନ । ଏତଦ୍ ବ୍ୟତୀତ ନୟାଗଡ ଜିଲ୍ଲାରୁ କବ ବୁଲବୁଲ ବିଭାଗରୁ ମୋଟ 97 ଜଣ ଓ ସ୍କାଉଟ ଗାଇଡ ବିଭାଗରୁ ମୋଟ 788 ଜଣ ଛାତ୍ର ଛାତ୍ରୀ ସାର୍ଟିଫିକେଟ ମଧ୍ୟ ପାଇଛନ୍ତି। ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, , ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଂଜନ ପାଣ୍ଡେ, ଆଇ ଇ ପି ଅନିଲ କୁମାର ମିଶ୍ର ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।
