ରାଜ୍ୟରେ ଗତ କିଛି ଦିନ ହେଲା ଭିଜିଲାନ୍ସ ବିଭାଗର ଧରପଗଡ଼ ପରେ ବି କମୁନି ଲାଞ୍ଚ କାରବାର । ଏହାରି ଭିତରେ ଲାଞ୍ଚ ନେଇ ପୁଣି ଜଣେ ସରକାରୀ କର୍ମଚାରୀ ଧରାପଡ଼ିଛନ୍ତି । କନିଷ୍ଠ ଯନ୍ତ୍ରୀ ଜଣକ ୭ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । ଭିଜିଲାନ୍ସ ଟିମ୍ ତାଙ୍କୁ ବରଗଡ଼ ନେଇ ଯାଇଥିବା ସୂଚନା ମିଳିଛି । ମନରେଗାରେ ହୋଇଥିବା ଏକ କାର୍ଯ୍ୟର ବିଲ କରାଇ ଦେବାକୁ ଶ୍ରୀ ସାହୁ ଲାଞ୍ଚ ନେଉଥିଲେ । ଏ ବାବଦରେ ସେ ପୂର୍ବରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିବାବେଳେ ଆଜି ପୁଣି ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ତେବେ ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗର ଟୋଲ୍ ଫ୍ରି ନମ୍ବରରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଭିଜିଲାନ୍ସ ଟିମ୍ ପୂର୍ବ ଯୋଜନା ଅନୁଯାୟୀ ପ୍ରସ୍ତୁତ ହୋଇ ରହିଥିଲା । ଜେଇ ବାବୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ିବସିଛି । କନିଷ୍ଠ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରେ ମଧ୍ୟ ଛାନଭିନ କରୁଛି ଭିଜିଲାନ୍ସ ଟିମ୍ ।ବଲାଙ୍ଗିର ଜିଲ୍ଲା କନ୍ଧେନଝୁଲା ପଞ୍ଚାୟତ ସର୍ଗିମୁଣ୍ଡା ଗାଁରେ ଘଟିଛି ଘଟଣା |