ଶଙ୍ଖ ଭବନରେ ବିଜେଡି ମହିଳା କର୍ମୀ ହାତାହାତି

ବିଜେଡି ପ୍ରତିଷ୍ଠା ଦିବସରେ ଶଙ୍ଖ ଭବନରେ ଦେଖିବାକୁ ମିଳିଛି ଅପ୍ରତିକର ପରିସ୍ଥିତି । କର୍ମୀଙ୍କ ମଧ୍ୟରେ ବିଶୃଙ୍ଖଳା ଚରମରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ସ୍ଥିତି ଏପରି ହୋଇଥିଲା ଦଳର ମହିଳା କର୍ମୀ ହାତାହାତି ହୋଇଛନ୍ତି । ବିଜେଡି ମୁଖପାତ୍ର ଇପ୍ସିତା ସାହୁଙ୍କୁ ଦଳର ଅନ୍ୟ ଜଣେ ମହିଳା କର୍ମୀ ଚାପୁଡା ମାରିଛନ୍ତି ।ତେବେ କାହିଁକି ଏଭଳି ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ଏହି ଘଟଣା ପୁଣି ବିଜେଡି ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି। ନବୀନ ସଙ୍ଗଠନକୁ ସୁଦୃଢ଼ କରିବାକୁ ଉଦ୍ୟମ କରୁଥିବା ବେଳେ କର୍ମୀଙ୍କ ଏଭଳି ଆଚରଣ ବିଜେଡିକୁ ତଳକୁତଳକୁ ନେଉଥିବା ଚର୍ଚ୍ଚା ହେଉଛି। ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସମସ୍ତେ ମହିଳାମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ କେହି ବୁଝିବାକୁ ରାଜି ନଥିଲେ ।

ଅଧିକ ପଢନ୍ତୁ