ଶିମିଳିପାଳକୁ ପୁଣି ଫେରିଲା ବାଘୁଣୀ ଜିନତ୍

ପୁଣି ଶିମିଳପାଳକୁ ଫେରିଲା ଜିନ୍ନତ । କୋଲକାତା ଆଲିପୁର ଚିଡ଼ିଆଖାନାର ପଶୁ ଚିକିତ୍ସାଳୟରୁ ଏକ ଭ୍ୟାନ ଯୋଗେ ଜିନ୍ନତକୁ ଶିମିଳିପାଳ ଅଣାଯାଇଛି । ଗ୍ରୀନ କରିଡ଼ର ମଧ୍ୟରେ ଜିନ୍ନତ ଓଡ଼ିଶା ଆସିଛି । ବାଘୁଣୀ ଜିନତ ରାତି ଗୋଟାଏ ୨୫ରେ ଆନ୍ତଃରାଜ୍ୟ ସୀମା ଜାମଶୋଳା ଦେଇ ଓଡିଶାକୁ ଆସିବା ପରେ ତାକୁ ଶିମିଳିପାଳ ନିଆଯାଇଛି । ୨୫ ଦିନ ଧରି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଏକାଧିକ ଜଙ୍ଗଲରେ ଆତଙ୍କ ଖେଳାଇବା ପରେ ୨ ଦିନ ତଳେ ବାଂକୁଡ଼ା ଜଙ୍ଗଲରେ ଟ୍ରାଙ୍କୁଲାଇଜ୍ କରାଯାଇଥିଲା।

ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ୍ କରିବା ଲାଗି ବାଘୁଣୀକୁ କୋଲକାତାର ଆଲିପୂର ଚିଡ଼ିଆଖାନାକୁ ନିଆଯାଇଥିଲା । ଏହାପରେ ମଙ୍ଗଳବାର ରାତିରେ STRର ସ୍ଵତନ୍ତ୍ର ପିଞ୍ଜରାରେ ଜିନତକୁ ଶିମିଳିପାଳ ଅଣାଯାଇଛି। ବୁଧବାର ଭୋର ୪ଟା ସମୟରେ ଜିନତ୍ ଶିମିଳିପାଳକୁ ଫେରିଛି । ସେଠାରେ ପୁଣି ଥରେ ଜିନତ୍‌କୁ ଏନ୍‌କ୍ଲୋଜରରେ ଛଡାଯାଇଛି ବୋଲି ସୂଚନା ଦେଇଛନ୍ତି STRର RCCF ପ୍ରକାଶ ଚାନ୍ଦ ଗୋଗୀନେନି ।

ଅଧିକ ପଢନ୍ତୁ