ଆଜିଠୁ ପବିତ୍ର ପଞ୍ଚୁକ। ଚଳିତବର୍ଷ ୫ଦିନ ପରିବର୍ତ୍ତେ ୪ଦିନ ହେବ ପଞ୍ଚୁକ ବ୍ରତ । ଆଜି ପ୍ରଥମ ଦିନ ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଜିଲ୍ଲା ପ୍ରଶାସନ ପକ୍ଷରୁ ମର୍ଚ୍ଚିକୋଟ ଛକ ଠାରେ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ ଭିତରେ ଆସି ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ଭକ୍ତଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ନଜରରେ ରଖି ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାତ୍ର କଟକ ଆଠଗଡ଼ ଧବଳେଶ୍ୱର ପୀଠରେ ଆଜି ଦ୍ୱିତୀୟ ପଞ୍ଚୁକ ପାଳିତ ହେଉଛି। ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। । ଦିତୀୟ ପଞ୍ଚକରେ ଭୋରରୁ ସମସ୍ତ ନୀତିକାନ୍ତି ସମ୍ପନ୍ନ ପରେ ସର୍ବସାଧାରଣ ଦର୍ଶନ ପାଇଁ ଦ୍ୱାର ଫିଟା ଯାଇଥିଲା।ରାତି ପାହିଲେ ଧବଳେଶ୍ଵରଙ୍କ ପୀଠରେ ପାଳନ ହେବ ବଡଓଷା । କାର୍ତ୍ତିକ ମାସର ଶେଷ ପର୍ବ ହେଉଛି ବଡ଼ ଓଷା। ତେବେ ପବିତ୍ର ପଞ୍ଚୁକରେ ଅତି ନିଷ୍ଠାର ସହ ଯେଉଁମାନେ ପଞ୍ଚୁକ ବ୍ରତ ପାଳନ କରିଥାନ୍ତି ସେମାନେ କୋଟି ଜନ୍ମର ପୁଣ୍ୟଫଳ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି ।