ଶ୍ରୀଜଗନ୍ନାଥଙ୍କ କରୁଣା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ଅଛି: ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ।

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭିକାଲ୍ ଆଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ହୋଇଛନ୍ତି ନବୀନ । ୨୨ ତାରିଖରେ ତାଙ୍କର ଚିକିତ୍ସା ମୁମ୍ବାଇସ୍ଥିତ କୋକିଲାବେନ-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ । ନବୀନ ନିଜେ ‘ଏକ୍ସ’ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛନ୍ତି । ଦଳମତ ନିର୍ବିଶେଷରେ ତାଙ୍କ ପ୍ରତି ସମସ୍ତଙ୍କର ସମ୍ମାନ ରହିଛି । ଦେଶର ଅନେକ ରାଜନୈତିକ ଦଳ ତାଙ୍କୁ ସମ୍ମାନ କରନ୍ତି । ନେତାମାନେ ତାଙ୍କ ସହ ବିମାନ ବନ୍ଦର ଯାଇ ପାରନ୍ତି । ମୁମ୍ବାଇରେ ଡାକ୍ତର ରମାକାନ୍ତ ପଣ୍ଡା କୋର୍ଡିନେଟ କରୁଛନ୍ତି । ଶ୍ରୀଜଗନ୍ନାଥଙ୍କ କରୁଣା ତାଙ୍କ ପ୍ରତି ଅଛି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ।ଆହୁରି ସେ କହିଛନ୍ତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ବିଜେଡି କାର୍ଯ୍ୟକ୍ରମ ହୁଏ । ସରକାରୀ ଦଳ ବା ବିରୋଧୀ ଭାବେ ଜମତ ପ୍ରତିଫଳିତ କରାଯାଉଛି । ରାଜ୍ୟସଭାରେ ସ୍ୱର, ଆନ୍ଦୋଳନ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରି ଅଭିଯୋଗ ନେଇ ଆନ୍ଦୋଳନ ଧାରଣା ହେଉଛି ।

ଅଧିକ ପଢନ୍ତୁ

kc ads