ସରକାରୀ ମେଧାବୃତ୍ତି ଫଳ ପ୍ରକାଶିତ ୩ୟରେ ସନ୍ତୋଷିନୀ ଓ ୫ମରେ ରୁଦ୍ରନାରାୟଣ ବ୍ଲକରେ ପ୍ରଥମ

ଶରଣକୁଳ,(ଓଡ଼ିଶା ଦର୍ପଣ): ଓଡଗାଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୦୨୪ ଶିକ୍ଷା ବର୍ଷର ବ୍ଲକ ସ୍ତରୀୟ ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ଫଳ ପ୍ରକାଶ ପାଇଥିବା ବେଳ ତୃତୀୟ ଶ୍ରେଣୀରେ କେ. ଏସ. ବି ପବ୍ଲିକ ସ୍କୁଲ ଶରଣକୁଳର ସନ୍ତୋଷିନୀ ପ୍ରଧାନ ଓ ପଞ୍ଚମ ଶ୍ରେଣୀରେ ଗୋତିସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ରୁଦ୍ର ନାରାୟଣ ବିଶ୍ୱାଳ ଓଡଗାଁ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି l ପ୍ରକାଶିତ ଫଳ ମେରିଟ ତାଲିକା ଅନୁଯାୟୀ ତୃତୀୟ ଶ୍ରେଣୀର କେ ଏସ ବି ପବ୍ଲିକ ସ୍କୁଲ ଶରଣକୁଳର ସନ୍ତୋଷିନୀ ପ୍ରଧାନ ପ୍ରଥମ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଝିଆଖଣ୍ଡର ଶୁଭଲକ୍ଷ୍ମୀ ସାହୁ ଦ୍ୱିତୀୟ, ଉତ୍କଳ ପବ୍ଲିକ ସ୍କୁଲ ଗୋଡିପଡାର ପ୍ରିୟଦା ଶାଶ୍ୱତ ନାୟକ ତୃତୀୟ, ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ଓଡଗାଁ ର ଶୁଭସ୍ମିତା ସାହୁ ଚତୁର୍ଥ, ସରସ୍ବତୀ ଶିଶୁ ମନ୍ଦିର ବାଉଁଶ ଗାଡ଼ିଆର ସମ୍ପୂର୍ଣ୍ଣ ସ୍ୱାଇଁ ପଞ୍ଚମ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓଡ଼ଗାଁର ହର୍ଷିତ ପାଣିଗ୍ରାହୀ ଷଷ୍ଠ ଓ ମା ସରସ୍ବତୀ ଶିଶୁ ମନ୍ଦିର ମାନପୁରର ଲକ୍ଷ୍ମୀପ୍ରିୟା ମୁଦୁଲି ଏହିପରି ୭ଜଣ ଥିବାବେଳେ ଗରିବ ମେଧାବୃତ୍ତି ତାଲିକାରେ ସ୍ୱସ୍ତିକା ପ୍ରିୟ ଦର୍ଶିନୀ, ରୁଦ୍ରାଣୀ ମହାପାତ୍ର, ସୌମ୍ୟ ରଞ୍ଜନ ସାହୁ, ଶୁଭ ଆଶିଷ ମହାରଣା, ସୋନାଲି ପରିଡା, ଓମ ପ୍ରତ୍ୟୁଷ ସ୍ୱାଇଁ ଓ ସ୍ୱୟଂ ସ୍ମୃତି ପ୍ରିୟଦର୍ଶିନୀ ରହିଛନ୍ତି l ସେହିପରି ୫ମ ଶ୍ରେଣୀ ମେଧାବୃତ୍ତି ଫଳ ମେରିଟ ତାଲିକାରେ ରୁଦ୍ର ନାରାୟଣ ବିଶ୍ୱାଳ ପ୍ରଥମ, ରୁଦ୍ର ପ୍ରସାଦ ମହାପାତ୍ର ଦ୍ୱିତୀୟ, ହର୍ଷିତା ସାହୁ ତୃତୀୟ, ଜ୍ୟୋତିର୍ମୟୀ ସାହୁ ଚତୁର୍ଥ, ସୁତପା ମହାପାତ୍ର ପଞ୍ଚମ, ସନ୍ଧ୍ୟା ରାଣୀ ଦଳେଇ ଷଷ୍ଠ ଓ ଦେବାଂଶୀ ଜେନା ସପ୍ତମ ସ୍ଥାନରେ ଅଛନ୍ତି l ଅନ୍ୟପକ୍ଷେ ୫ମ ଶ୍ରେଣୀ ଗରିବ ମେଧାବୃତ୍ତି ତାଲିକାରେ ଯଶରାଜ ସାହୁ, ଆଦିତ୍ୟ ପ୍ରସାଦ ସାହୁ, ପିୟୁସି ନନ୍ଦ, ଆଦ୍ୟାଶା ତ୍ରିପାଠୀ, ସ୍ମୃତି ପ୍ରଜ୍ଞାପ୍ରଧାନ, ସ୍ନେହାଂସି ପ୍ରିୟଦର୍ଶିନୀ ଓ ଅଂଶୁମାନ ଜେନା ରହିଛନ୍ତି l ସମସ୍ତ ବୃତ୍ତିଧାରୀଙ୍କୁ ଓଡଗାଁ ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ ଓ ଅତିରିକ୍ତ ଶିକ୍ଷା ଅଧିକାରୀ କମଳିନୀ ବେହେରା ସ୍ୱାଗତ ଜଣାଇଛନ୍ତି l

ଅଧିକ ପଢନ୍ତୁ