ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ହେଉଛି ଅଧିକ ଅସ୍ତ୍ରୋପଚାର ଡେଲିଭରି। ବିଧାନସଭାରେ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ତଥ୍ୟ ମୁତାବକ, ୨୦୨୨-୨୩ରେ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୨୯ ହଜାର ୮୮ ଡେଲିଭରୀ ହୋଇଥିବାବେଳେ, ସେଥିରୁ ୯୯ ହଜାର ୯୯୮ଟି ଅସ୍ତ୍ରୋପଚାର ଡେଲିଭରୀ ହୋଇଛି । ସେହିପରି ୨୦୨୩-୨୪ରେ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୪୦ ହଜାର ୧୨୬ ଡେଲିଭରୀ । ସେଥିରୁ ୧ ଲକ୍ଷ ୧୩ ହଜାର ୫୯୮ ଅସ୍ତ୍ରୋପଚାର ଡେଲିଭରୀ ।
ସେହିପରି, ସରକାରୀ ହସ୍ପିଟାଲରେ ୨୦୨୨-୨୩ରେ ୬ ଲକ୍ଷ ୭୪୦ ଡେଲିଭରୀ ହୋଇଥିବାବେଳେ, ସେଥିମଧ୍ୟରୁ ୧ ଲକ୍ଷ ୮୩ ହଜାର ୪୪୩ ଅସ୍ତ୍ରୋପଚାର ଡେଲିଭରୀ ହୋଇଛି । ୨୦୨୩-୨୪ରେ ୫ ଲକ୍ଷ ୯୧ ହଜାର ୧୮୫ ଡେଲିଭରୀ ହୋଇଛି । ୧ ଲକ୍ଷ ୯୫ ହଜାର ୫୭୮ ଅସ୍ତ୍ରୋପଚାର ଡେଲିଭରୀ ହୋଇଛି ।ଦିନଥିଲା ସାଧାରଣ ଡେଲିଭରିକୁ ଲୋକେ ଅଧିକ ପସନ୍ଦ କରୁଥିଲେ । ଏବେ କିନ୍ତୁ ସମୟର ପରିବର୍ତ୍ତନ ସହ ସିଜରିଆନ୍ ଡେଲିଭରି ପାଇଁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ପ୍ରଶ୍ନ ଉଠୁଛି, ଜାଣିଶୁଣି ଘରୋଇ ହସପିଟାଲ ସିଜିରିଆନ ଡେଲିଭରି ପାଇଁ ପ୍ରବର୍ତ୍ତାଉଛନ୍ତି କି ?