ଗତ ଦୁଇଦିନ ଧରି ସରସ୍ବତୀ ଶିଶୁଵିଦ୍ୟାମନ୍ଦିର, ନୟାଗଡ଼ ର ବାର୍ଷିକ କ୍ରୀଡା PTS ପଡିଆ ରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବ ରେ ପୋଲିସ ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭୂପେଶ nayak ଦୀପ ପ୍ରଜ୍ବଳନ କରି ମା ସାରଦାଙ୍କ ନିକଟରେ ଆଶିଷ ଭିକ୍ଷା କରିଥିଲେ। ବିଶେଷ ଅତିଥି ଭାବେ ଶିକ୍ଷା ବିକାଶ ସମିତି ଓଡ଼ିଆ ଙ୍କ ଖୋର୍ଦ୍ଧା ବିଭାଗ ନିରୀକ୍ଷକ ଶ୍ରୀ ପ୍ରସନ୍ନ କୁମାର ମହାନ୍ତି ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଶ୍ରୀ ନାୟକ ଛାତ୍ରଛାତ୍ରୀ ମାନେ ମୋବାଇଲ ଠାରୁ ଦୁରେଇ ରହିବା ଓ କ୍ରୀଡାରେ ମନୋନିବେଶ କରି କୃତିତ୍ୱ ଅର୍ଜନ କରିବା ପାଇଁ ଉପଦେଶ ଦେଇଥିଲେ। ଦୁଇଦିନ ଧରି ଚାଲିଥିବା ଏହି ଉତ୍ସବ ରେ ଛାତ୍ରଛାତ୍ରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ପ୍ରାୟ ୮୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦୌଡ଼, ଗୋଳା ଫିଙ୍ଗା, ଥାଳିଆ ଫିଙ୍ଗା, ଲମ୍ବାଡ଼ିଆଁ, ଉଚ୍ଚଡିଆଁ ଇତ୍ୟାଦି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ।ଶେଷରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ବିଦ୍ୟାଳୟ ର ବୌଦ୍ଧିକ ମନ୍ଦିର ରେ ଅନୁଷ୍ଠିତ ହୋଇଥିଲା।
ସେଥିରେପରିଚାଳନା ସମିତିର ସଦସ୍ୟା ଜ୍ୟୋଚ୍ଛନାରାଣୀ ନାୟକ ଓ ଅବସରପ୍ରାପ୍ତ କ୍ରୀଡା ଅଧିକାରୀ ଶ୍ରୀ ଆଲୋକ କୁମାର ଦାସ ଯୋଗଦେଇ ଶିଶୁଭାଇଭଉଣୀଙ୍କୁ ନିଜ ଜୀବନର ଅନୁଭୂତି ଏବଂ କ୍ରୀଡା କ୍ଷେତ୍ର ରେ କିପରି ନିଜର ଭବିଷ୍ୟତ ଗଢିବେ ସେ ବିଷୟରେ ଏକ ସରଗର୍ଭକ ବକ୍ତ୍ୟବ ପ୍ରଦାନ କରିଥିଲେ।କ୍ରୀଡା କ୍ଷେତ୍ରରେ କୃତି ଅଧିଜେତା ପୃଥ୍ୱୀରାଜ ମଲ୍ଲିକ, କ୍ଷଣପ୍ରଭା ସାହୁ, ସାଇପ୍ରସାଦ ଜଗତସିଂ, ସାଇଶ୍ରୀ ପ୍ରିୟଦର୍ଶିନୀ, ଅକ୍ଷୟ କୁମାର ଜାନୀ, ରୋଜାଲିନ ଦାସ, ଦିପ୍ତିମୟୀ ଯାନୀ ଓ ବିଭିନ୍ନ ବର୍ଗ ରେ ୧ମ, ୨ୟ, ୩ୟ, ସ୍ଥାନ ଅଧିକାର କରିଥିବା ପ୍ରତିଭାଗୀ ଙ୍କୁ ପୁରସ୍କୃତ କରିଥିଲେ।।ପରିଚାଳନା ସମିତି ଓ ପ୍ରଧାନାଚାର୍ଯ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ଗୁରୁଜୀଗୁରୁମା ଓ ସେବକସେବିକା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସାଫଲ୍ୟ ମଣ୍ଡିତ ହୋଇଥିଲା।