ସାମ୍ବାଦିକଙ୍କୁ ପେନସନ୍ ଦିଆଯାଉ

ବିଧାନସଭାରେ ଉଠିଲା କାର୍ଯ୍ୟରତ ସାମ୍ବାଦିକଙ୍କ ସମସ୍ୟା ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ । ପୂର୍ବ ସରକାର ସାମ୍ବାଦିକ ମାନଙ୍କୁ ୫ ଲକ୍ଷ ଟଙ୍କା ବୀମା ରାଶି ଦେଉଥିଲେ । ହେଲେ ତାଙ୍କ ବାପା-ମା’ଙ୍କୁ କୌଣସି ସୁବିଧା ନାହିଁ । ଏ ସରକାର ସାମ୍ବାଦିକ ମାନଙ୍କୁ ବୀମା ରାଶି ସହ ତାଙ୍କ ବାପା-ମା’ଙ୍କୁ ସାମିଲ କରନ୍ତୁ ।

ପାଖାପାଖି ୧୭ଟି ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ପେନସନ ବ୍ୟବସ୍ଥା ରହିଛି । ହେଲେ ଆମ ରାଜ୍ୟରେ ନାହିଁ । ଏହାସହ ଗଣମାଧ୍ୟମକୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ଦିଆଯିବା ଦରକାର। ପ୍ରେସ ଏକାଡେମୀ ଗଠନ ସାଙ୍ଗକୁ ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ୟ୍ୟକାରୀ କରାଯାଉ । କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ଦିଆଯାଉ । ଏକ ପ୍ରେସ୍ ଏକାଡେମୀ ଗଠନ କରାଯାଉ । ପ୍ରଶାସନ ସହିତ ସାମ୍ବାଦିକ ମାନେ ମୁହାଁମୁହିଁ ହେଉଛନ୍ତି । କିଭଳି ଭାବେ ଭବିଷ୍ୟତରେ ନ ହେବ, ସାମ୍ବାଦିକଙ୍କୁ ମର୍ଯ୍ୟାଦା ମିଳିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

ଅଧିକ ପଢନ୍ତୁ