ସୁପ୍ରିମକୋର୍ଟରେ ‘ଲେଡି ଅଫ୍ ଜଷ୍ଟିସ’ର ନୂଆ ମୂର୍ତ୍ତି

ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ ଆଇନ। ନ୍ୟାୟଦେବୀଙ୍କ ଆଖିରୁ ହଟିଲା କଳାପଟି, ହାତରେ ଖଣ୍ଡା ବଦଳରେ ଧରିଲେ ସମ୍ବିଧାନ। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ପରାମର୍ଶରେ ନ୍ୟାୟଦେବୀଙ୍କ ସ୍ୱରୂପକୁ ବଦଳାଇ ଦିଆଯାଇଛି। ପ୍ରଧାନ ବିଚାରପତିଙ୍କ ବିଚାରରେ, ଖଡ୍ଗ ହେଉଛି ହିଂସାର ପ୍ରତୀକ । କିନ୍ତୁ ଅଦାଲତଙ୍କ କାର୍ଯ୍ୟ ହିଂସାତ୍ମକ ନୁହେଁ। ବରଂ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ଏହା ନ୍ୟାୟ ପ୍ରଦାନ କରିଥାନ୍ତି । ସେହିପରି ନ୍ୟାୟଦେବୀଙ୍କ ଆଖିରେ ବନ୍ଧା ଯାଉଥିବା କଳା କପଡ଼ାଟିକୁ କାଢ଼ି ଦିଆଯାଇଛି। କିନ୍ତୁ ହାତରେ ଧରିଥିବା ନ୍ୟାୟ ତରାଜୁ ପୂର୍ବପରି ରହିଛି । ପୁୁରୁଣା ମୂର୍ତ୍ତିରେ ଆଖିରେ କଳା ପଟି ଦର୍ଶାଉଥିଲା ଯେ ଆଇନ ଆଗରେ ସମସ୍ତେ ସମାନ । ଅନ୍ୟପଟେ ଖଣ୍ଡା ଅଥରିଟି ଏବଂ ଅନ୍ୟାୟକୁ ଦଣ୍ଡ ଦେବାର ଶକ୍ତିର ପ୍ରତୀକ ଥିଲା । ତରାଜୁ ଦର୍ଶାଏ ଯେ କୋର୍ଟ କୌଣସି ନିଷ୍କର୍ସରେ ପହଞ୍ଚିବା ପୂର୍ବରୁ ଉଭୟ ପକ୍ଷର ଯୁକ୍ତି ଏବଂ ତଥ୍ୟକୁ ଦେଖନ୍ତି ଏବଂ ଶୁଣନ୍ତି । କିଛିଦିନ ତଳେ ଇଂରେଜ ଅମଳର ନ୍ୟାୟ ବ୍ୟବସ୍ଥାକୁ ବଦଳାଇ ଦିଆଯାଇଥିଲା। ଏବେ ନ୍ୟାୟଦେବୀଙ୍କ ସ୍ୱରୂପରେ ପରିବର୍ତ୍ତନ ଅଣାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital