ସୃଜନିକାର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ,ଆଧୁନିକ କବିତା ସାଂପ୍ରତିକ ସ୍ଥିତି ସହ ଗତିକରି ଚାଲିଛି

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡର ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକାର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ ଆଜି  ପୂର୍ବାହ୍ନ ୧୦ ଘଣ୍ଟା  ସମୟରେ ସ୍ଥାନୀୟ କେ.ସି କ୍ଲବ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ  ଅତିଥି ଭାବେ  ଶଶଧର ପଣ୍ଡା ଓ ଗୋଦାବରୀ ବସନ୍ତିଆ , ସମାଜସେବୀ ପ୍ରମୋଦ ପଟ୍ଟନାୟକ , କେଶବଚନ୍ଦ୍ର ରାଉତ ଓ ସଂପଦ କୁମାର ରଥ ଯୋଗ ଦେଇଥିଲେ । ଅତିଥିମାନେ ଆଧୁନିକ କବିତାର ସ୍ଥିତି ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ଆଧୁନିକ କବିତା ସାଂପ୍ରତିକ ସ୍ଥିତି ସହ ଗତି କରି ଚାଲିଛି । ବର୍ତ୍ତମାନର ସମସ୍ୟା ଘେରା ସମାଜ ବ୍ୟବସ୍ଥା ଭିତରେ ଆଧୁନିକ କବିତା ବେଳେବେଳେ ତାର ପଥକୁ ଖୋଜିପାରେ ନାହିଁ ।  ଏଣୁ ଏହି ଜଟିଳ ମାନସିକତା ଭିତର ଦେଇ ଆଧୁନିକ କବିତା ବର୍ତ୍ତମାନ ଗତି କରୁଛି। ଏହି ଅବସରରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବର ଆୟୋଜନ ହୋଇଥିଲା ଏବଂ  ମମତା ମଞ୍ଜରୀ ଦେବୀ ଓ ନୀଳମାଧବ ମିଶ୍ର କବିତା ଗୁଡ଼ିକୁ ସଂଯୋଜନା କରିଥିଲେ। ଏହି ଅବସରରେ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଙ୍କ ଲିଖିତ ଓଡ଼ିଆ କବିତା  ରାଧିକାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ଏହି ପୁସ୍ତିକାକୁ ବିରଞ୍ଚି ନାରାୟଣ ତ୍ରୀପାଠୀ ଇଂରାଜୀରେ ଓ ଶ୍ରାବଣୀ ନାଥ ହିନ୍ଦୀ ରେ ମଧ୍ୟ ଅନୁବାଦ କରିଛନ୍ତି । ଏହି ଉତ୍ସବରେ ସୃଜନିକା ସମ୍ମାନ ୨୦୨୫ ମମତା ମଞ୍ଜରୀ ଦେବୀଙ୍କୁ ଓ ତତ୍ ସହିତ ଅନ୍ୟ ୧୮ ଜଣ ପ୍ରତିଭୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭ ରେ ଗୀତାଞ୍ଜଳି ଦାଶ ଜଗନ୍ନାଥ ଭଜନ ଗାନ କରିଥିବା ବେଳେ ପରେ ଡ଼. ଅନୁସୟା ପଣ୍ଡା  ଓଡ଼ିଶୀ ସଙ୍ଗୀତ ଗାନ କରିଥିଲେ । ରାଧିକା କାବ୍ୟର ଇଂରାଜୀ ସମୀକ୍ଷା ଇଂ ପଦ୍ମନାଭ ପରିଡ଼ା ଓ ହିନ୍ଦୀ ସମୀକ୍ଷା ଶ୍ରାବଣୀ ନାଥ କରିଥିଲେ । ଏହି ଉତ୍ସବରେ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଅଧ୍ୟକ୍ଷତା କରିଥିବା ବେଳେ ପରମାନନ୍ଦ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିକ ପଢନ୍ତୁ

kc ads