୧୦ ଓ ୫୦୦ ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପଡେଟ: RBI

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଆରବିଆଇ ଖୁବ ଶୀଘ୍ର ମହାତ୍ମା ଗାନ୍ଧୀଙ୍କ ଫଟୋ ଥିବା ୧୦ ଟଙ୍କା ଏବଂ ୫୦୦ ଟଙ୍କା ନୋଟ ଜାରି କରିବ। ଏହି ନୋଟ୍‌ ଗୁଡ଼ିକରେ ନୂଆ ଗଭର୍ନର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ରହିବ। ଏହି ନୋଟଗୁଡ଼ିକର ଡିଜାଇନ ପୂର୍ବରୁ ଥିବା ମହାତ୍ମା ଗାନ୍ଧୀ (ନୂଆ) ସିରିଜ ନୋଟ ସହିତ ସମାନ ରହିବ, କେବଳ ଗଭର୍ନରଙ୍କ ଦସ୍ତଖତରେ ପରିବର୍ତ୍ତନ ହେବ।ସଞ୍ଜୟ ହେଉଛନ୍ତି ୧୯୯୦ ବ୍ୟାଚ୍‌ର ରାଜସ୍ଥାନ କ୍ୟାଡର ଆଇଏଏସ। ପ୍ରଶାସନିକ ସେବାରେ ତାଙ୍କରେ ଯଥେଷ୍ଟ ଅଭିଜ୍ଞତା ରହିଛି। ସେ ୩୩ ବର୍ଷ ଧରି ପ୍ରଶାସନିକ କାର୍ଯ୍ୟ କରି ଚାଲିଛନ୍ତି।

ଗତ ମାସରେ, ଆରବିଆଇ ୧୦୦ ଏବଂ ୨୦୦ଟଙ୍କାର ନୂତନ ନୋଟ୍ ପ୍ରଦାନ କରିବାକୁ ଘୋଷଣା କରିଥିଲା। ଏହାର ଅର୍ଥ ହେଉଛି ଶୀଘ୍ର ଆପଣ ବଜାରରେ ଅନେକ ନୂଆ ନୋଟ୍ ଦେଖିପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ଘୋଷଣା ଅନୁଯାୟୀ ରିଜର୍ଭ ବ୍ୟାଙ୍କ ୧୦, ୧୦୦, ୨୦୦ ଏବଂ ୫୦୦ ଟଙ୍କା ନୋଟ ଜାରି କରିବ। ଏହି ସମସ୍ତ ନୋଟରେ ନୂତନ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ରହିବ।ନୂଆ ଗଭର୍ନରଙ୍କ ଦସ୍ତଖତ ସହିତ ନୋଟ ଜାରି କରିବା ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ପରମ୍ପରା ରହିଆସିଛି। ଏହି ନୂଆ ନୋଟ ବଜାରରେ ଆସିବା ପରେ ଲୋକଙ୍କୁ ସଚେତନ ରହିବାକୁ ଏବଂ ପୁରୁଣା ନୋଟକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦିଆଯାଇଛି।

ଅଧିକ ପଢନ୍ତୁ

kc ads