ଶନିବାର ସଂସଦରେ ବଜେଟ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ ଯେ ମଧ୍ୟବିତ୍ତ ବର୍ଗଙ୍କୁ ଆଶ୍ୱସ୍ତି ଦେଇ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ କରାଯାଉଛି। ଏହାସହ ୧୨ରୁ ୧୬ ଲକ୍ଷ ଆୟ ପର୍ୟ୍ୟନ୍ତ ୧୫ ପ୍ରତିଶତ ଟ୍ୟାକ୍ସ, ୨୦ରୁ ୨୪ ଲକ୍ଷ ଆୟ ପର୍ୟ୍ୟନ୍ତ ୨୫ ପ୍ରତିଶତ ଟ୍ୟାକ୍ସ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଯେତେବେଳେ ୨୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟରେ ୩୦% ଟିକସ ଘୋଷଣା କରାଯାଇଛି।ଏହା ସହିତ, ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସ ସୀମା ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ ଆୟକର ଦାଖଲର ସୀମା ୨ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରିଛନ୍ତି। ଅର୍ଥମନ୍ତ୍ରୀ ଷ୍ଟାର୍ଟଅପ ପାଇଁ ଋଣକୁ ୧୦ କୋଟି ଟଙ୍କାରୁ ୨୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।
