ରାଜଧାନୀସ୍ଥିତ ଆଇଆରସି ଭିଲେଜ ଅଞ୍ଚଳରେ ଶୁକ୍ରବାର ଏକ ହୃଦୟବିଦାରକ ଘଟଣା ଘଟିଛି। ମାତ୍ର ୧୩ ବର୍ଷ ବୟସର ସୋହନ ଦିଗଲ ନାମକ ଜଣେ ନାବାଳକ ଛାତରୁ ଖସି ଏକ ଲୁହା ଗ୍ରିଲ ଉପରେ ପଡ଼ିଯିବାରୁ ଗୁରୁତର ଆହତ ହୋଇଛି। ସେ ଛାତ ଉପରେ ନିଜ ସ୍କୁଲ ୟୁନିଫର୍ମ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଏହି ଘଟଣା ଘଟିଛି।ପିଲାଟିକୁ ଫାୟାର ଟିମ୍ ଗ୍ରୀଲ୍ କାଟି ଉଦ୍ଧାର କରିଛି। କାଳବୈଶାଖୀରେ ରାସ୍ତା ଉପରେ ଭାଙ୍ଗି ପଡିଥିବା ଗଛ କାଟିବାକୁ ଆସିଥିବା ବେଳେ, ଫାୟାର ଟିମକୁ ଏହି ସୂଚନା ମିଳିଥିଲା।ଅଗ୍ନିଶମ କର୍ମଚାରୀମାନେ ଏକ କଟିଂ ମେସିନ ବ୍ୟବହାର କରି ସୋହନକୁ ଲୁହା ଗ୍ରିଲରୁ ମୁକୁଳାଇଥିଲେ। ଏହାପରେ ,ସୋହନଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।କନ୍ଧମାଳର ବାସିନ୍ଦା ସୋହନ ଏବେ ମଧ୍ୟ ଗୁରୁତର ଥିବା ଏମ୍ସର ଡାକ୍ତରମାନେ ସୂଚନା ଦେଇଛନ୍ତି।
