୨୦୨୩ OCS ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୋଟ୍ ୮୦୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ୨୯୩ ଜଣ ମହିଳା ସାମିଲ ଅଛନ୍ତି । ଯେଉଁମାନେ ଲିଖିତ ପରୀକ୍ଷାରେ ପାସ୍ କରିଛନ୍ତି ସେମାନଙ୍କର ଡକ୍ୟୁମେଣ୍ଟ ଭେରିଫିକେସନ୍ ଏବଂ ମୌଖିକ ପରୀକ୍ଷା ହେବ । ସେପ୍ଟେମ୍ବର ୬ରୁ କଟକ ସ୍ଥିତ ଓପିଏସସି କାର୍ଯ୍ୟାଳୟରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ଓ ମୌଖିକ ପରୀକ୍ଷା ହେବ । ଖୁବ୍ ଶୀଘ୍ର ଏ ନେଇ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇବ । ଆଟେଷ୍ଟେସନ୍ ଫର୍ମ, ବାୟୋଡାଟା ଫର୍ମ ଏବଂ ଡିକ୍ଲାରେସନ୍ ଫର୍ମାଟ ଡାଉନଲୋଡ୍ କରିବାକୁ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କୁ କୁହାଯାଇଛି ।
