ଗଞ୍ଜାମରେ କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ପରି ଆସିଛି ସଂଗୀନ ଅଭିଯୋଗ । ଦୁନିଆକୁ ଭଲରେ ଚିହ୍ନିବା ପୂର୍ବରୁ ଦୁଷ୍କର୍ମର ଶିକାର ହୋଇଛି ୪ ବର୍ଷର ଶିଶୁ କନ୍ୟା । ଶିଶୁ କନ୍ୟା ଜଣକ ନିଜ ଅଜା ଘରକୁ ବୁଲିବାକୁ ଆସିଥିଲା। ଏହି ସମୟରେ କେହି ଦୁର୍ବୃତ୍ତ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପାଟକୁରା ଥାନା ପୋଲିସ ମୃତଦେହକୁ ଉଦ୍ଧାର କରିଛି । ଶିଶୁ କନ୍ୟାକୁ କିଏ ଏପରି ଅମାନୁଷିକ ଭାବରେ ଦୁଷ୍କର୍ମ କରି ହତ୍ୟା କରିଛି ତାହା ଜଣାପଡିନି । ଅପରାଧୀଙ୍କୁ ଧରିବାକୁ ଛାନ୍ଭିନ୍ ଚଳାଇଛି ପୋଲିସ ।
