୫୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସ୍ୱାମୀ ଓ ସ୍ତ୍ରୀ

ଭିଜିଲାନ୍ସ ଜାଲରେ ପିଇଓ ଓ ତାଙ୍କ ସ୍ଵାମୀ। ସ୍ତ୍ରୀ କରିଛନ୍ତି ଚାକିରି, ସ୍ବାମୀ ନେଉଛନ୍ତି ଲାଞ୍ଚ। ସ୍ତ୍ରୀଙ୍କ ପାଇଁ ସ୍ବାମୀ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଯାଇଛନ୍ତି । ଏପରି ରୋଚକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦମପୁର ବ୍ଲକ୍ ଜ୍ଞାନ ପଞ୍ଚାୟତରେ।ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅଧୀନ ଜ୍ଞାନ ପଞ୍ଚାୟତର ପିଇଓ ନୁପୂର ସେଠ୍‌ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଣେ ହିତାଧୀକାରୀଙ୍କୁ ଗୃହ କରାଇଦେବା ନାମରେ ୧୦,୦୦୦ ଟଙ୍କା ମାଗିଥିଲେ। କିନ୍ତୁ ବ୍ୟକ୍ତି ଜଣକ ଗରିବ ଶ୍ରେଣୀର ହୋଇଥିବାରୁ ସେ ୧୦,୦୦୦ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିଥିଲେ। ତେଣୁ ୫୦୦୦ ଟଙ୍କାରେ କଥା ଛିଣ୍ଡିଥିଲା। ଏନେଇ ସଂପୃକ୍ତ ହିତାଧିକାରୀ ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ସେ ଘଟଣା ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଏହା ପରେ ଯୋଜନା ଅନୁସାରେ ଭିଜିଲାନ୍ସ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି। ଭିଜିଲାନ୍ସର ଏକ ଟିମ୍ ଲାଞ୍ଚ ନେବାବେଳେ ପିଇଓ ନୁପୁର ସେଠଙ୍କୁ ଗିରଫ କରିଛି। କିନ୍ତୁ ମାଡମ୍ ପିଇଓ ନିଜେ ଏହି ଲାଞ୍ଚ ଟଙ୍କା ନନେଇ ନିଜ ସ୍ବାମୀ ବେଦ ପ୍ରକାଶ ବିଶ୍ବାଳଙ୍କ ମାଧ୍ୟମରେ ନେଉଥିଲେ। ଭିଜିଲାନ୍ସ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଗିରଫ କରିଛି।

ଅଧିକ ପଢନ୍ତୁ

kc ads