୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରିଛି ଉଚ୍ଚଶିକ୍ଷା ବିଭାଗ।

୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରିଛି ଉଚ୍ଚଶିକ୍ଷା ବିଭାଗ। ତାଗିଦ ସତ୍ତ୍ବେ କଲେଜ ଆକାଉଣ୍ଟ ଅପଡେଟ କରି ନ ଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୨୦୨୪-୨୫ ବର୍ଷ ପାଇଁ କଲେଜ ଆକାଉଣ୍ଟ ଅପଡେଟ୍‌ କରିବାକୁ ନିର୍ଦ୍ଦେଶ ଥିଲେ ବି ଏସବୁକୁ କଲେଜ ଅଧକ୍ଷ ମାନିନାହାନ୍ତି। ଯେଉଁଥିପାଇଁ ଚଳିତ ମାସ ଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ବିଭାଗ ଦରମା ବନ୍ଦ ରଖିଛି। ଯାଜପୁର ଜିଲାର ସର୍ବାଧିକ ୧୧ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ ରହିଛି।

ଅଧିକ ପଢନ୍ତୁ

Odisha Darpan Digital