ଅକ୍ଟୋବର ୧୨ରେ ଓସିଏସ୍‌ ପ୍ରିଲିମିନାରୀ ପରୀକ୍ଷା

ଅକ୍ଟୋବର ୧୨ରେ ଓସିଏସ୍‌ ପ୍ରିଲିମିନାରୀ ପରୀକ୍ଷା। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ଆସନ୍ତା ଅକ୍ଟୋବର ୧୨ରେ ହେବାକୁ ଥିବା ଓଡ଼ିଶା ସିଭିଲ୍‌ ସର୍ଭିସ (ଓସିଏସ୍‌)ର ପ୍ରିଲିମିନାରୀ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଛି ।ଓପିଏସସି ଦ୍ୱାରା ପ୍ରକାଶିତ ସମୟ ସାରଣୀ ଅନୁଯାୟୀ, ପ୍ରିଲିମ୍ ପରୀକ୍ଷା ୬ଟି ଜୋନ୍ – ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଏବଂ ସମ୍ବଲପୁରରେ ଅନୁଷ୍ଠିତ ହେବ।

ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ । ପେପର-୧ ସକାଳ ୧୦ରୁ ୧୨ଟା ପର୍ଯ୍ୟନ୍ତ ଏବଂ ପେପର-୨ ଅପରାହ୍ନ ୧.୩୦ରୁ ୩.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେହିପରି ଦିବ୍ୟାଙ୍ଗ (ପିଡବ୍ଲୁଡି) ବର୍ଗର ପ୍ରାର୍ଥୀମାନେ ପ୍ରତ୍ୟେକ ସିଟିଂରେ ଅତିରିକ୍ତ ୪୦ ମିନିଟ୍ ପାଇବେ । ପ୍ରାର୍ଥୀମାନଙ୍କ ପାଇଁ ଆଡମିଟ କାର୍ଡ ଏବଂ ନିର୍ଦ୍ଦେଶାବଳୀ ଅକ୍ଟୋବର ୪, ୨୦୨୫ରୁ ସରକାରୀ ୱେବସାଇଟ୍ www.opsc.gov.inରେ ଉପଲବ୍ଧ ହେବ ବୋଲି କମିଶନ କହିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital