‘ଅକ୍ଟୋବର ୫ ସୁଦ୍ଧା ସବୁ ସହରର ରାସ୍ତା ମରାମତି କାମ ସରିବ’

ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ପ୍ରତ୍ୟେକ ସହରର ସମସ୍ତ ରାସ୍ତାର ମରାମତି ଓ ଉନ୍ନତୀକରଣ ନିମନ୍ତେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।ଏହା ସମାପ୍ତ ହେବା ପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୂର୍ବରୁ କେବେ ଭୁବନେଶ୍ଵର-କଟକ ରାସ୍ତା ମରାମତି ନେଇ ସମନ୍ଵୟ ବୈଠକ ବସି ନଥିଲା। ଆମ ସରକାର ଆସିବା ପରେ ଆଜି ପ୍ରଥମ ଥର ସମନ୍ଵୟ ବୈଠକ ବସିଛି। ଆଗକୁ ଏ ଧାରା ଜାରି ରହିବ ଓ ରାସ୍ତା ଘାଟ ସ୍ଥିତି ନେଇ ସମୀକ୍ଷା କରାଯିବ। ଅନ୍ୟପଟେ କଟକ ମେୟର ସୁବାସ ସିଂ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଆଲୋଚନା ଫଳଫ୍ରଦ ହୋଇଛି ।

ପୂଜା ପୂର୍ବରୁ ରାସ୍ତା ମରାମତି କାମ ସୁରୁଖୁରୁରେ ଶେଷ କରିବାକୁ ଲକ୍ଷ୍ୟ ରହିଛି ।ସେପଟେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ରାସ୍ତା ଓ ଡ୍ରେନ୍‌ କାମ ବେଳେ ବିଭାଗ ବିଭାଗ ମଧ୍ୟରେ ସମନ୍ଵୟ ରହୁନି। ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମନ୍ଵୟ ରହିବା ଉପରେ ଗୁରୁତ୍ଵ ଦିଅଯାଉ। ଆଗକୁ ରାସ୍ତା ତିଆରି ବେଳେ ଖରାପ ରାସ୍ତାକୁ ସମ୍ପୂର୍ଣ୍ଣ ଖୋଳି ନୂଆ ଦୀର୍ଘ ମିଆଦି ରାସ୍ତା ତିଆରି କରନ୍ତୁ। ନଚେତ୍ ୧୯୮୦ ମସିହାରୁ ତିଆରି ହୋଇଥିବା ଘର ଏବେ ରାସ୍ତା ଠୁ ତଳେ ରହିଲେଣି। ଯେଉଁଥିପାଇଁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି ବୋଲି ଶ୍ରୀ ଜେନା କହିଛନ୍ତି।

ଅଧିକ ପଢନ୍ତୁ

kc ads